/odishatv-khabar/media/post_attachments/uploadimage/library/16_9/16_9_0/lingaraj_1626689280.jpg)
lingaraj
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ରରେ କଡ଼ାକଡ଼ି ହେଲା ନିୟମ। ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିବା ଉପରେ ରୋକ୍ ଲାଗିବ। ନିୟମ ନ ମାନିଲେ ଉଲ୍ଲଂଘନକାରୀ ଗଣିବେ ୧୦୦ ଟଙ୍କା ଫାଇନ। ଆସନ୍ତା ୧୫ ତାରିଖରୁ ନିୟମ କଡ଼ାକଡ଼ି ଲାଗୁ ନେଇ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଅଭିଯୋଗରୁ ପ୍ରକାଶ, ଅନେକ ସମୟରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ଭିତରେ ପ୍ରବେଶ କରୁଥିବାରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଅନେକ ସମୟରେ ଗଣ୍ଡଗୋଳ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ମନ୍ଦିର ପରିସରରେ ଅପରିଷ୍କାର ହେଉଛି। ଆଉ ଏଥିରେ ଫୁଲଷ୍ଟ୍ପ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)