Advertisment

ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାରେ କୋହଳ ହେଲା କଟକଣା

ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଂଜାମ (Ganjam)  ଜିଲ୍ଲାରେ କୋହଳ ହେଲା କଟକଣା। କାଲିଠୁ ଗଞ୍ଜାମ ଜିଲ୍ଲାରେ ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟଡାଉନ ରହିବ। ସବୁ ଦୋକାନୀ ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା ମାନିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି। Timing for market has been extended from 5 AM to 8 PM […]

ଅଦ୍ୟତନ ହୋଇଛି
ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାରେ କୋହଳ ହେଲା କଟକଣା

ganjam

Advertisment

ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଂଜାମ (Ganjam)  ଜିଲ୍ଲାରେ କୋହଳ ହେଲା କଟକଣା। କାଲିଠୁ ଗଞ୍ଜାମ ଜିଲ୍ଲାରେ ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟଡାଉନ ରହିବ। ସବୁ ଦୋକାନୀ ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା ମାନିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି।

Advertisment

https://twitter.com/Ganjam_Admin/status/1297555019328155650?s=20

ସେହିପରି ଆସନ୍ତାକାଲି ଠାରୁ ବ୍ରହ୍ମପୁରକୁ ଯାଆସ ଉପରେ ରହିବନି ପ୍ରତିବନ୍ଧକ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆସନ୍ତାକାଲି ଅର୍ଥାତ୍ ୨୪ ତାରିଖରୁ ଉଠାଇ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଏଣିକି ବିନା ପ୍ରତିବନ୍ଧକରେ ବ୍ରହ୍ମପୁରକୁ ବାହାର ସ୍ଥାନରୁ ଯାଇହେବ ଏବଂ ବ୍ରହ୍ମପୁର ଲୋକ ବାହାରକୁ ଆସିପାରିବେ। ଏଥିସହ ବ୍ରହ୍ମପୁର ସହରରେ ବଜାର ଖୋଲିବା ସମୟ ମଧ୍ୟ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ଠାରୁ ସୋମବାରରୁ ଶୁକ୍ରବାର ସକାଳ ୫ରୁ ରାତି ୮ ପର୍ଯ୍ୟନ୍ତ ବଜାର ଖୋଲା ରହିବ।

Advertisment

ପୂର୍ବରୁ ବଜାର ସକାଳ ୫ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହୁଥିଲା। ତେବେ ସପ୍ତାହାନ୍ତ ସଟଡାଉନ ସରକାରୀ ନିୟମ ଅନୁସାରେ ପୂର୍ବବତ୍ ଜାରି ରହିବ ବୋଲି କହିଛି ବ୍ରହ୍ମପୁର ମହାନଗର ନିଗମ।

Ganjam News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ