Advertisment

ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା। ଏମାନଙ୍କ ମଧ୍ୟରେ ରହିଛନ୍ତି ୧ ଲକ୍ଷ ୩୬ ହଜାର ୧୭୦ ଜଣ ସ୍ୱାସ୍ଥ୍ୟକର୍ମୀ। ସେହିପରି ୬୧ ହଜାର ୪୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ଟିକାକରଣ କରାଯାଇନାହିଁ।…

author-image
Chandan Shishu
ଅଦ୍ୟତନ ହୋଇଛି
ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା

covid-vaccaination

ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା। ଏମାନଙ୍କ ମଧ୍ୟରେ ରହିଛନ୍ତି ୧ ଲକ୍ଷ ୩୬ ହଜାର ୧୭୦ ଜଣ ସ୍ୱାସ୍ଥ୍ୟକର୍ମୀ। ସେହିପରି ୬୧ ହଜାର ୪୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ଟିକାକରଣ କରାଯାଇନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇ ଏବାବଦରେ ଅବଗତ କରାଯାଇଛି। ଏଥିସହ ତୁରନ୍ତ ଟିକାକରଣ ବାବଦରେ ୨୦ ଜୁନ୍ ସୁଦ୍ଧା ସମସ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

Advertisment

ବ଼ଡ କଥା ହେଉଛି କୋୱିନ୍ ଆପ୍‌ରେ ପଞ୍ଜିକୃତ ହୋଇଥିବା ୧ ଲକ୍ଷ ୯୭ ହଜାର ୨୧୭ ଜଣଙ୍କୁ ଏଯାଏଁ ଟିକାକରଣ କରାଯାଇନାହିଁ। ଗଞ୍ଜାମରେ ସର୍ବାଧିକ ୧୧ ହଜାର ୭୭୪ ଜଣ ଏବଂ ଭୁବନେଶ୍ୱରରେ ୯ ହଜାର ୯୩୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନାହାଁନ୍ତି।

ବର୍ତ୍ତମାନ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଥିବା ବେଳେ କରୋନା ବିପକ୍ଷ ଲଢେଇରେ ସାମିଲ ଏତେ ସଂଖ୍ୟକ ସମ୍ମୁଖ ଯୋଦ୍ଧା ଏଯାଏଁ ଟିକା ନେଇନଥିବା ତଥ୍ୟ ସାମ୍ନାକୁ ଆସିଛି।

Advertisment

ଅପରପଟେ ରାଜଧାନୀରେ ସରକାରୀ କର୍ମଚାରୀଙ୍କୁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରାଯାଇଛି। ୨ଟି ଡୋଜ ଟିକାକରଣ ହୋଇନଥିଲେ ଅଫିସ ଆସିପାରିବେନି କର୍ମଚାରୀ। ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଜୁଲାଇ ୧ରୁ ସବୁ ଅଫିସ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ତା ପୂର୍ବରୁ ଟିକା ବାଧ୍ୟତାମୂଳକ କରାଯାଇଛି।

Advertisment
Advertisment