Advertisment

ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏହି ୧୨ ଜିଲ୍ଲା ହେଲା-ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର,ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର। କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଆଜି ସକାଳେ […]

author-image
Rajalaxmi Sahoo
ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୧୨ ଜିଲ୍ଲାକୁ ସତର୍କ ସୂଚନା

Cloudy sky

ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି।

Advertisment

ଏହି ୧୨ ଜିଲ୍ଲା ହେଲା-ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର,ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର। କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ କିଛି ସ୍ଥାନରେ ପାଗ ମେଘୁଆ ଥିବା ଦେଖିବାକୁ ମିଳିଛି। ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି।

ଗତ କଛିଦିନ ଧରି ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଛି। ଦିନରେ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ରାତିରେ ମଧ୍ୟ ଗରମ ସହ ଗୁଳୁଗୁଳି ହେଉଛି।

Advertisment

ସେପଟେ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି ମଧ୍ୟ ସୁଧୁରିବ ବୋଲି ଆଶା କରାଯାଉଛି।

Odisha Weather Alert
Advertisment
Advertisment