Advertisment

ଆଜିଠୁ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କମିପାରେ ତାତି। ହେଲେ ଖରାରୁ ପୁରା ନିସ୍ତାର ନାହିଁ। ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ଆଜି ଟିକିଏ କମିବ ବୋଲି ଆଶା କରାଯାଉଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି […]

author-image
Rajalaxmi Sahoo
ଆଜିଠୁ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

rain

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କମିପାରେ ତାତି। ହେଲେ ଖରାରୁ ପୁରା ନିସ୍ତାର ନାହିଁ। ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ଆଜି ଟିକିଏ କମିବ ବୋଲି ଆଶା କରାଯାଉଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ମାର୍ଚ୍ଚ ୪ ତାରିଖ ପାଇଁ କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାବରସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦୁଝର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

-ମଦନ ମୋହନ ଦାସ, ଡ୍ୟୁଟି ଅଫିସର, ଆଞ୍ଚଳିକ ପାଣିପାଗ କେନ୍ଦ୍ର

OTVକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ତାତି କମିପାରେ। ଗତ କିଛି ଦିନ ଧରି ଓଡ଼ିଶା, ଆନ୍ଧ୍ରପ୍ରଦେଶରେ ପ୍ରବଳ ତାତି ହେଉଛି। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁ ନଥିବାରୁ ତାତି ବଢ଼ୁଛି। ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ। ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ। ତେଣୁ ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ସତର୍କ ରୁହନ୍ତୁ।

Advertisment
Weather Forecast
Advertisment
Advertisment