/odishatv-khabar/media/post_attachments/uploadimage/library/16_9/16_9_0/ae28f2ad-1c27-424b-891f-c4f7c3428f8c_1625227730.jpg)
ae28f2ad-1c27-424b-891f-c4f7c3428f8c
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ ) : ପଣ୍ଡ ହେଲା ଡକାୟତି ଉଦ୍ୟମ । ସଂକ୍ରମଣ ସମୟରେ ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କ୍ଷରାପଡ଼ିଲେ ଦୁର୍ଦ୍ଦାନ୍ତ ଅପରାଧୀ । ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ରାସ୍ତାରେ ପାଟ୍ରୋଲିଂ ସମୟରେ ଗୁରୁଣ୍ଡା-ଭୋଇପଡା ଗ୍ରାମ ମଝିରେ ଏକ ନମ୍ବର ବିହୀନ ଆପାଚି ବାଇକରେ ଥିବା ତିନି ଯୁବକ ସନ୍ଦିଗ୍ଧଜନକ ଭାବେ ବୁଲୁଥିଲେ । ସାଥୀରେ ଆଉ ଦୁଇଟି ବାଇକରେ ଦୁଇ ଜଣ ଏପଟ ସେପଟ ହେଉଥିଲେ ।
ସନ୍ଦେହ ହେବାରୁ ପୋଲିସ ସେମାନଙ୍କ ନିକଟରେ ଗାଡ଼ି ରଖିଥିଲା । ପୋଲିସ ଆସୁଥିବାର ଆସି ଦୁଇ ଜଣ ଦୁଇଟି ବାଇକରେ ଫେରାର ମାରିଥିଲେ । ଅନ୍ୟ ଦୁଇ ଜଣକୁ ଧର ପଚରାଉଚରା କରିବା ପରେ ଅସଲ କଥା ଜଣାପଡ଼ିଥିଲା । ତେବେ ତିନି ଅପରାଧୀଙ୍କ ଠାରୁ ଏକ ଦେଶୀ ପିସ୍ତଲ,ଏକ ଭୁଜାଲି, ତିନିଟି ମୋବାଇଲ ଓ ଏକ ନମ୍ବର ବିହୀନ ଆପାଚି ବାଇକ ଜବତ କରିଛି ପୋଲିସ । ଏହାସହ ତିନି ଯୁବକଙ୍କୁ ଆଣି ଥାନାରେ ଅଟକ ରଖି ତଦନ୍ତ ପରେ ଗିରଫ କରି କୋର୍ଟଚାଲାଣ କରିଛି ।
ତିନି ଦୁର୍ଦ୍ଦାନ୍ତ ଅପରାଧୀ ହେଲେ ବଙ୍ଗୋମୁଣ୍ଡା ଥାନା ସଦରର ଦୁଃଖୀରାମ ସରାଫ,ମୁରିବାହାଲ ଥାନା ଭୋଇପଡାର ବସନ୍ତ ସରାଫ ଓ ଧ୍ୱଜ ସରାଫ । ସେପଟେ ଫେରାର ହୋଇଯାଇଥିବା ଦୁଇ ଜଣ ହେଲେ ବଙ୍ଗୋମୁଣ୍ଡାର ଅଭିଷେକ ସରାଫ ଓ ସୁନ୍ଦର ଭୁଲେ ପାୟସିଂ । ନିଛାଟିଆ ରାସ୍ତାରେ ଡକାୟତି ଉଦ୍ୟମ ସମ୍ପର୍କରେ ଆଲୋଚନା କରୁଥିବା ସ୍ୱୀକାର କରିଛନ୍ତି ତିନି ଅପରାଧୀ । ଏମାନେ ବହୁ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ଗତବର୍ଷ ଏକ ବାହାଘର ବାରାତି ଯାଉଥିବା ବେଳେ ଏହି ଅପରାଧୀମାନେ ଗଣ୍ଡଗୋଳ କରିଥିବା ବେଳେ ପଞ୍ଚାୟତର ଜଣେ ଲୋକପ୍ରତିନିଧିଙ୍କ ସହ ମଧ୍ୟ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ତେବେ ଫେରାର ଅନ୍ୟ ଦୁଇ ଅପରାଧୀଙ୍କୁ ପୁଲିସ ଖୋଜୁଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)