Advertisment

ସୁଧୁରୁନି ମଣ୍ଡି ଅବସ୍ଥା, ହଜାର ହଜାର କ୍ୱିଣ୍ଟାଲ ଧାନ ଗଜା ହେଲାଣି...

ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି…

author-image
Satyendu Shekher Mishra
ସୁଧୁରୁନି ମଣ୍ଡି ଅବସ୍ଥା, ହଜାର ହଜାର କ୍ୱିଣ୍ଟାଲ ଧାନ ଗଜା ହେଲାଣି...

Mandi

ମୌସୁମୀ ବର୍ଷା, ଟୋକନ୍ ଲାପ୍ସ ଆଉ ମିଲର୍ସଙ୍କ ମନମାନିରେ ଧନ୍ଦି ହୋଇ ଆକ୍ତାମାକ୍ତା ହେଲେଣି ରବି ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷାରତ ଚାଷୀ । ଗ୍ରାଉଣ୍ଡ ଜିରୋରେ ନଦେଖିଲେ ବିଶ୍ୱାସ ହେବନି । ଅନେକ ସ୍ଥାନରେ ଧାନ ଗଜା ଧରିଗଲାଣି ।

Advertisment

ଚାଷୀ ହୀନସ୍ତାର ମାଳମାଳ ଅଭିଯୋଗ ଭିତରେ ଆମେ କହୁଛୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା । ଗୋଟିଏ ସୁବର୍ଣ୍ଣପୁର ସାରସମାଲ ମଣ୍ଡିର କଥା ତ ଅନ୍ୟଟି ବଲାଙ୍ଗିର ଜିଲ୍ଲା ଧୂମାଭଟ୍ଟା ଗାଁର ସାରସମାଲ ମଣ୍ଡିର କଥା । ଚାଷୀମାନେ ଏଠି ଅଖା ଧରିଛନ୍ତି, ସେଥିରେ ସାଲୁବାଲୁ ଧାନ ଗଜା । ଆଉ କିଛି ବର୍ଷାରେ ଭିଜି ଭିଜି ଗଛ ହେଲାଣି । ଯଦି ବାହାରେ ଏମିତି, ତାହାଲେ ମଣ୍ଡିରେ ପଡିଥିବା ବସ୍ତା ଭିତର ଅବସ୍ଥା କଣ ହୋଇଥିବ ସହଜରେ ଅନୁମେୟ । ରବି ଋତୁରେ ବିକ୍ରି ଅପେକ୍ଷାରେ କେବଳ ଏଇ ମଣ୍ଡିରେ ପଡିଛି ପ୍ରାୟ ୧୦ ହଜାରରୁ ଅଧିକ ବସ୍ତା ଧାନ । ଚାଷୀ ଅନେଇ ବସିଛି, ହେଲେ ମିଲର୍ସଙ୍କ ଦେଖା ନାହିଁ । ପ୍ରାୟ ୨୯ଜଣ ଚାଷୀଙ୍କ ଟୋକନ ବି ଲାପ୍ସ ହୋଇଗଲାଣି । ଯେଉଁ ସ୍ବଂୟ ସହାୟକ ଗୋଷ୍ଠୀ ଧାନ କିଣିବାକୁ ସ୍ଥିର ହୋଇଛି, ତାଙ୍କ କହିବା କଥା ଟାର୍ଗେଟ୍ ପ୍ରାୟ ଫିଲଅପ୍ ।

ଯେଉଁମାନଙ୍କ ଧାନ ଉଠିନି ସେମାନଙ୍କୁ ପୁଣି ଟୋକନ୍ ଦିଆଯିବ । ଏଣେ ପାଟଣାଗଡ଼ ଉପଖଣ୍ଡ ଧୂମାଭଟା ଗାଁର କଥା ବି ବଡ଼ ବିଚିତ୍ର । ବେଲପଡ଼ା ବ୍ଲକର ନମ୍ବର ଓ୍ୱାନ୍ ଚାଷୀ ଯୁଗଲାଲ ବୁଡେକ୍‌ ମଣ୍ଡିରେ ଧାନ ବିକି ନପାରି ଘରେ ୬୦ କୁଇଣ୍ଟାଲ୍ ପାଖାପାଖି ଥାକ ମାରି ରଖିଛନ୍ତି । ଠିକ୍ ସମୟରେ କାଗଜପତ୍ର ଦେଇଥିଲେ, ହେଲେ ଟୋକନ୍ ପାଇଲେନି । ଯୁଗଲାଲ୍ ବର୍ଷା ଯୋଗୁଁ ଧାନ ଅଧିକ ଦିନ ରହି ଗଜା ମାରିବା ଆଶଙ୍କାରେ ଘର ଲୋକେ ଶୁଖାଇବାକୁ ଚେଷ୍ଟା ଚଳାଇଛନ୍ତି ।

Advertisment

ଏଣେ ଧାନ ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । କୃଷକମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି-ମିଲର୍ସଙ୍କ ମର୍ଜିରେ ଧାନ ମଣ୍ଡି ଚାଲିଛି । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ସମୟରେ ବିଜେପୁର ଛାଡ଼ିବା ବେଳେ ନିଜେ ବିଜେପୁର ଦାୟିତ୍ୱ ନେବେ ବୋଲି କହିଥିଲେ, ସେଠି ବି ମଣ୍ଡି ଅବ୍ୟବସ୍ଥା ଚରମ ସୀମାରେ । ଟୋକନ୍ ବ୍ୟବସ୍ଥା ଓ ଟାର୍ଗେଟ୍ ଫିକ୍ସିଂ ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ଶାସକଦଳ ଓ ମିଲରଙ୍କ ମଧୁଚନ୍ଦ୍ରିକାରୁ ବ୍ୟାପକ ହେରାଫେରି ଚାଲିଛି ।

ସେହିପରି ବିଧାୟକ ମୁକେଶ ମହାଲିଙ୍ଗ ଅଭିଯୋଗ କରିଛନ୍ତି ଯେ, ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ନିୟମକୁ ଅଣଦେଖା କରାଯାଉଛି । ରବି ଧାନ କିଣିବାକୁ ଏଯାଏଁ ଠିକ୍‌ରେ ଟୋକନ୍ ବଣ୍ଟନ ହୋଇନି । ବିଧାୟକ ନାଉରୀ ନାଏକ ଅଭିଯୋଗ ଆଣିଛନ୍ତି ଯେ, କେନ୍ଦ୍ର ଧାନ କିଣିବାକୁ ଟଙ୍କା ଦେଉଛି । ଏଠି ଚାଷୀ ପାଖରେ ଟୋକନ ରହୁଛି ହେଲେ ରାଜ୍ୟ ସରକାର ଧାନକିଣା ଅବଧି କମେଇ ଦେଉଛନ୍ତି । ଯଦି ଆସନ୍ତା ତିନି ଦିନ ଭିତରେ ଧାନ ବିକ୍ରି ସମସ୍ୟା ଦୂର ନହୁଏ ତାହାଲେ ଯୋଗାଣ ନିଗମ ଆଗରେ ଧାରଣା ଦେବାକୁ ଧମକ ଦେଇଛି ବିଜେପି ।

ସେହିପରି ଧାନ କିଣା ଅବ୍ୟବସ୍ଥା ନେଇ କଂଗ୍ରେସ ବି ସରକାରଙ୍କୁ ଟାର୍ଗେଟ୍ କରି କହିଛି ଦଲାଲ ଓ ମିଲମାଲିକ କାଗଜପତ୍ରରେ ଧାନ କିଣୁଛନ୍ତି ।

Paddy
Advertisment
Advertisment