/odishatv-khabar/media/post_attachments/uploadimage/library/16_9/16_9_0/imd_1626257297.jpg)
imd
- ସଂଧ୍ୟା ଯାଏ ରହିବ ପବନ ବିପଦ- ମୃତ୍ୟୁଞ୍ଜୟ ମହାପାତ୍ର
- ୯ଟା ବେଳେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି, ୩ ଘଣ୍ଟା ଯାଏ ଧରି ଚାଲିବ ଏହି ପ୍ରକ୍ରିୟା
- ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ପବନ ହେଉଛି
- ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏମିତି ବେଗରେ ପବନ ବହିବ
- ବାଲେଶ୍ୱରରୁ ମୟୂରଭଂଜ ଯାଇ କାଲି ସକାଳ ସୁଦ୍ଧା ଝାଡ଼ଖଣ୍ଡ ଚାଲିଯିବ
- ତେବେ ଭଦ୍ରକ, ବାଲେଶ୍ୱରରେ ସଂଧ୍ୟା ଯାଏ ରହିବ ପବନ ବିପଦ
- ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି
- କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି
- କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ
- କାଲି ସକାଳ ପରେ ପାଗରେ ସୁଧାର ଆସିବ, ବର୍ଷା ହେବନି
- ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ଏବେ ଘରକୁ ଫେରନ୍ତୁ ନାହିଁ
- ବିପଦ ଟଳିନି, ବାତ୍ୟା ସରିବା ସୂଚନା ପରେ ଘରକୁ ଫେରନ୍ତୁ
Advertisment
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ଭୁବନେଶ୍ୱର: ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ଧରି ଚାଲିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ପବନ ଏମିତି ଭାବରେ ରହିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)