Advertisment

ଆଜି ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଦିନକରେ ୧୧ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିର ହାରଠାରୁ ଏହା ସମାନ୍ୟ ହ୍ରାସ […]

author-image
Pramod Behera
ଆଜି ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

corona-state-dead

ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଦିନକରେ ୧୧ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିର ହାରଠାରୁ ଏହା ସମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ୧୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ ହାର।

Advertisment

ଗତ ୨୪ ଘଣ୍ଟାରେ କ୍ୱାରେଣ୍ଟିନ୍ ସେଣ୍ଟରରୁ ୬ ହଜାର ୧୯୩ ଏବଂ ସ୍ଥାନୀୟ ସଂକ୍ରମଣ ୪ ହଜାର ୮ଶହ ୬୬ ଚିହ୍ନଟ ହୋଇଛନ୍ତି।   କଟକରୁ ସର୍ବାଧିକ ୧୧ଶହ ୩୩, ଖୋର୍ଦ୍ଧାରୁ ୧ ହଜାର ୧୦, ଅନୁଗୁଳରୁ ୮୫୯,  ସୁନ୍ଦରଗଡ଼ରୁ ୭୨୯ ମୟୂରଭଞ୍ଜରୁ ୬୬୨ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି  ଯାଜପୁରରୁ ୫୬୪, ପୁରୀରୁ ୪୩୦, କଳାହାଣ୍ଡିରୁ ୪୦୭, ବାଲେଶ୍ୱରରୁ ୪୦୦, ସମ୍ବଲପୁରରୁ ୩୭୯, ଭଦ୍ରକରୁ ୩୭୭, ବରଗଡ଼ରୁ ୩୬୭, ଢେଙ୍କାନାଳରୁ ୩୫୧, ଜଗତସିଂହପୁରରୁ ୩୩୦, ନବରଙ୍ଗପୁରରୁ ୩୨୨, କେନ୍ଦ୍ରାପଡ଼ାରୁ ୩୦୯, ବୌଦ୍ଧରୁ ୨୬୧, ନୟାଗଡ଼ରୁ ୨୪୬, ଝାରସୁଗୁଡ଼ାରୁ ୨୨୮, ସୁବର୍ଣ୍ଣପୁରରି ୨୦୪, ଷ୍ଟେଟପୁଲରୁ ୨୦୩, କେନ୍ଦୁଝରରୁ ୨୦୦, ରାୟଗଡ଼ାରୁ ୧୭୭, ବଲାଙ୍ଗିରରୁ ୧୬୬, ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୧୫୫ ଜଣ ଆକ୍ରାନ୍ତ । ଏହି ନୂଆ ତଥ୍ୟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି।  ଏହା ସହ ଆକ୍ଟିଭ୍ କେସ୍ ୧ ଲକ୍ଷ ୧୧ ହଜାର ୨୬୨ ରହିଥିବା ବେଳେ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହେଲେଣି।

Advertisment

ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ନୂଆ ପଦକ୍ଷେପ। ଆଜିଠୁ ରାଜ୍ୟବ୍ୟାପୀ ଗ୍ରାମାଞ୍ଚଳରେ ହେବ ଡୋର ଟୁ ଡୋର କରୋନା ସର୍ଭେ। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଦୀର୍ଘ ୨ ମାସ ଧରି ଘର ଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ଅଙ୍ଗନବାଡ଼ି ଓ ଆଶା କର୍ମୀ। ଘର ଘର ବୁଲି ଜ୍ୱର ପରୀକ୍ଷା କରିବେ, କୋଭିଡ୍ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ, ଦରକାର ପଡିଲେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା ମଧ୍ୟ କରିବେ। ଏଥିସହ କୋଭିଡ୍ ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟିକରିବେ। ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଏଥିରେ ସହଯୋଗ କରିବା ଲାଗି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିଛି ।

Corona Breaking News
Advertisment
Advertisment