/odishatv-khabar/media/post_attachments/uploadimage/library/16_9/16_9_0/3rd-wave_1624032322.jpg)
3rd-wave
ମାସେ ଭିତରେ ମହାରାଷ୍ଟ୍ରକୁ ଗ୍ରାସି ପାରେ କରୋନାର ତୃତୀୟ ଲହର। ଆତଙ୍କ ଖେଳାଇପାରେ ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟ। ଦ୍ୱିତୀୟ ୱେଭରୁ ଦୁଇଗୁଣା ଅଧିକ ରହିପାରେ ତୃତୀୟର ପ୍ରଭାବ। ମହାରାଷ୍ଟ୍ରରେ ୫ ଥାକିଆ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେବା ପରେ ରାସ୍ତାଘାଟ, ସହର ବଜାରର ହାଉଜାଉ ଅବସ୍ଥାକୁୁ ଦେଖି ରାଜ୍ୟ କୋଭିଡ୍ ୧୯ ଟାସ୍କଫୋର୍ସର ଏଭଳି ଆକଳନ ପରେ ଓଡିଶାରେ ବି ଛନକା। ଏଠି ବି କିଛି ଜିଲ୍ଲାରେ ଲକଡାଉନ୍ କୋହଳ ହେଉ ହେଉ ସାମାଜିକ ଦୂରତାର ଧଜିଆ ଉଡ଼ାଇଲେଣି ଅମାନିଆ।
ଏପଟେ ଓଡ଼ିଶାରେ ପୂର୍ବ ସ୍ଥିତି ତୁଳନାରେ ସଂକ୍ରମଣହାର ଯଥେଷ୍ଟ କମିଥିଲେ ବି ସ୍ଥିତି ଯେ ଚିନ୍ତାମୁକ୍ତ ନୁହେଁ। ତାହା ସ୍ପଷ୍ଟ କରୁଛି ଗଲା ଚାରିଦିନର ଏ ସାମାନ୍ୟ ଉପରମୁହାଁ ସଂକ୍ରମଣ ଗ୍ରାଫ୍। ଗତକାଲି ତୁଳନାରେ ଆଜି ସଂଖ୍ୟା ୩୬୩୧ରୁ ୩୮୦୬କୁ ବଢ଼ିଥିଲା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ମଧ୍ୟ ୫.୭ରୁ ୫.୮୭କୁ ବଢିଛି। ତେଣୁ ଦ୍ୱିତୀୟ ଲହର ଚିନ୍ତା ଥମି ନଥିଲା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ବଢ଼ିଲାଣି ଚିନ୍ତା।
ସେପଟେ ଡିଏମ୍ଇଟି କହିଛନ୍ତି କୋଭିଡ୍ ଗାଇଡଲାଇନ୍ ମାନିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ତେବେ ଜୁନ୍ ୭ତାରିଖ ସୁଦ୍ଧା ଭାରତରେ ମାତ୍ର ୭ ଜଣଙ୍କ ଠାରେ କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟ ଠାବ ହୋଇଥିବାରୁ ଏନେଇ ଏବେଠୁ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ବି କହିଛନ୍ତି ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ଏପଟେ ରାଜ୍ୟର ସବୁ ଜିଲ୍ଲାରେ ସଂକ୍ରମଣହାର ନିମ୍ନଗାମୀ ଥିଲାବେଳେ ୫ଟି ଜିଲ୍ଲା ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲ୍ଲାରେ ଏବେ ବି ଟିପିଆର୍ ୯ ଉପରେ ରହୁଛି। ଏପରିକି ଆଜିକା ଦିନରେ ଯାଜପୁର ଜିଲ୍ଲାରେ ଟିପିଆର୍ ୧୯.୨ ପ୍ରତିଶତ ରହିଛି ତେଣୁ ସଂକ୍ରମଣ ଅଧିକ ରହୁଥିବା ଜିଲ୍ଲାରେ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଉଛି ସ୍ଥାନୀୟ ପ୍ରଶାସନ।
ତେବେ ସମ୍ଭାବ୍ୟ ତୃତୀୟ ଲହରର ଭୟ ଭିତରେ ପିଲାଙ୍କ ପାଇଁ ଆଶ୍ୱସ୍ତି ଆଣିଛି WHO ଓ AIIMSର ସର୍ଭେ ରିପୋର୍ଟ। ପ୍ରଥମ ଓ ଦ୍ୱିତୀୟ ଲହରରେ ଯୁବକ ଓ ମଧ୍ୟ ବୟସ୍କ ଅଧିକ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇ ସାରିଛି। ତେଣୁ ସେମାନଙ୍କ ଆକ୍ରାନ୍ତ ଆଶଙ୍କା କମ୍ ଏବଂ ଶିଶୁମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେମାନେ ମଧ୍ୟ ସେତେ ଅଧିକ ପ୍ରଭାବିତ ହେବେ ନାହିଁ ପୂର୍ବାନୁମାନ କରିଛି WHO ଓ AIIMSର ବିଶେଷଜ୍ଞ ଟିମ୍।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)