Advertisment

ଆଜିଠୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଆହୁରି କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି। ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର,…

author-image
Minati Mishra
ଅଦ୍ୟତନ ହୋଇଛି
ଆଜିଠୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ; ଆହୁରି କଡ଼ାକଡ଼ି ହେଲା  ଯାଞ୍ଚ

lockdown

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍। ଆସନ୍ତା ୧୭ ତାରିଖ ଯାଏ ଲକ୍‌ଡାଉନ୍ ବଢ଼ିବା ପରେ ଆଜିଠୁ ଆହୁରି କଡ଼ାକଡ଼ି ହେବ କଟକଣା। କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବାକୁ ଲକ୍‌ଡାଉନକୁ ବଢ଼ାଯାଇଛି।

Advertisment

ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ସମ୍ବଲପୁର, ଜୟପୁର ସମେତ ଅନ୍ୟ ସହରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଅମାନିଆ ଯେପରି ରାସ୍ତାକୁ ବାହାରିବେନି ସେ ନେଇ କଡ଼ା ନଜର ରଖାଯାଇଛି।  ଏହି ପର୍ଯ୍ୟାୟ କ୍ରମେ ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ା ଜିଲ୍ଲାରେ କୋହଳ ହୋଇଛି ଲକଡାଉନ ନିୟମ।

ଏହି ୩ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏ କିଣା ବିକା ହୋଇପାରିବ। ସେଲୁନ୍, ସ୍ପା, ମଲ୍, ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକି ସବୁ ଦୋକାନ ଖୋଲା ରହିବ। ତେବେ ଆଗକୁ ଯଦି ଏସବୁ ଜିଲ୍ଲାରେ ପଜିଟିଭିଟି ରେଟ୍ ବଢ଼େ, ତେବେ ପୁଣି କଟକଣା ବଢ଼ିବ ବୋଲି ସରକାର ସ୍ପଷ୍ଟ କରିସାରିଛନ୍ତି। ସୂଚନାଥାଉ କି, ସୁନ୍ଦରଗଡ଼, ଗଜପତି ଏବଂ ନୂଆପଡ଼ାରେ ଯଥାକ୍ରମେ ଆଜି ଚିହ୍ନଟ ହୋଇଛନ୍ତି ୨୪୪, ୮୦ ଓ ୪୦ ରୋଗୀ। 

Advertisment

ଅନ୍ୟପକ୍ଷରେ ସଂକ୍ରମଣକୁ ନେଇ ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା । ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଆଜି ବାହାରିଛନ୍ତି। ଆଜି ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୮,୭୩୫ କରୋନା ପଜିଟିଭ। ଖୋର୍ଦ୍ଧାରୁ ବାହାରିଛନ୍ତି୧,୨୨୨  ପଜିଟିଭ।

ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡାକଡି କରାଯାଇଛି କୋଭିଡ କଟକଣା। ଏବେ ବିମାନଯାତ୍ରୀଙ୍କ ପାଇଁ ଲାଗୁ ହୋଇଛି କଟକଣା। ଭୁବନେଶ୍ୱରରେ ଓହ୍ଲାଉଥିବା ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।  ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ଅନ୍ୟପକ୍ଷେ ଟିକାକରଣକୁ ପ୍ରାଧାନ୍ୟ ଦେଇ ଗତକାଲିଠାରୁ ରାଜଧାନରେ ବ୍ୟାପକ କରାଯାଇଛି ଟିକାକରଣ ବ୍ୟବସ୍ଥା। ରାଜଧାନୀରେ ଗତକାଲିଠାରୁ ଘରକୁ ଘର ବୁଲି ଟିକା ଦେବା ଅଭିଯାନ ଆରମ୍ଭ ହୋଇଛି । ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଘର ଘର ବୁଲି ଟିକା ଦିଆଯାଉଛି । ବିଏମସିର ୩ଟି ଜୋନର ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟିକାକରଣ।

Lockdown 3.0 2021
Advertisment
Advertisment