Advertisment

ସରକାରଙ୍କ ଦୁର୍ନୀତି ମୁଖା ଖୋଲିବାରୁ ଓଟିଭିକୁ ଟାର୍ଗେଟ: ଜଗି

ଭୁବନେଶ୍ୱର: ସାରୁଅ ଜମି ବିବାଦ ସଂପର୍କିତ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍-OIPLର ଆବେଦନ ହାଇକୋର୍ଟରେ ଖାରଜ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଓଟିଭିର ଏମ୍‌ଡି ତଥା ଓଆଇପିଏଲ୍‌ର ଅନ୍ୟତମ ପ୍ରମୋଟର୍ ଜଗି ମଙ୍ଗତ ପଣ୍ଡା। ସେ ଦର୍ଶାଇଛନ୍ତି ଯେ, ଗତ ୨ ମାସ ହେଲା ଓଡ଼ିଶା ପୋଲିସ ଓଟିଭି, ଏହାର ବିଭିନ୍ନ ଶାଖା କମ୍ପାନୀ, ଏହାର କର୍ମଚାରୀ, ଏପରିକି ତାଙ୍କର ୮୪ ବର୍ଷୀୟ ବାପାଙ୍କ ସହ ପରିବାର ସଦସ୍ୟଙ୍କ ବିରୋଧରେ ପ୍ରାୟ ୨୦ଟି ମିଥ୍ୟା ମାମଲା ରୁଜୁ କରିଛି। […]

author-image
Chandan Shishu
ଅଦ୍ୟତନ ହୋଇଛି
ସରକାରଙ୍କ ଦୁର୍ନୀତି ମୁଖା ଖୋଲିବାରୁ ଓଟିଭିକୁ ଟାର୍ଗେଟ: ଜଗି

otv-jagi-mangat

ଭୁବନେଶ୍ୱର: ସାରୁଅ ଜମି ବିବାଦ ସଂପର୍କିତ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍-OIPLର ଆବେଦନ ହାଇକୋର୍ଟରେ ଖାରଜ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଓଟିଭିର ଏମ୍‌ଡି ତଥା ଓଆଇପିଏଲ୍‌ର ଅନ୍ୟତମ ପ୍ରମୋଟର୍ ଜଗି ମଙ୍ଗତ ପଣ୍ଡା।

Advertisment

ସେ ଦର୍ଶାଇଛନ୍ତି ଯେ, ଗତ ୨ ମାସ ହେଲା ଓଡ଼ିଶା ପୋଲିସ ଓଟିଭି, ଏହାର ବିଭିନ୍ନ ଶାଖା କମ୍ପାନୀ, ଏହାର କର୍ମଚାରୀ, ଏପରିକି ତାଙ୍କର ୮୪ ବର୍ଷୀୟ ବାପାଙ୍କ ସହ ପରିବାର ସଦସ୍ୟଙ୍କ ବିରୋଧରେ ପ୍ରାୟ ୨୦ଟି ମିଥ୍ୟା ମାମଲା ରୁଜୁ କରିଛି।

publive-imageଏହି ମିଥ୍ୟା ମାମଲାଗୁଡିକରେ ଏକ ପ୍ରକାର ସମାନ ଅପରାଧିକ ଅଭିଯୋଗ ରହିଛି, ଯାହାକି ଓଟିଭିର ୨୩ ବର୍ଷର ଲମ୍ବା ନୈତିକତା ଓ ନିରପେକ୍ଷତାର ତ୍ରୁଟିଶୂନ୍ୟ ଯାତ୍ରାକୁ  ପ୍ରତିହତ ଉଦ୍ଦେଶ୍ୟରେ ରୁଜୁ ହୋଇଛି। ଆମେ ଏହି ସମସ୍ତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ  କରୁଛୁ। ଆମେ କୌଣସି ଭୁଲ କାମ କରିନାହୁଁ। ଆଉ ଅଦାଲତରେ ଏହା ପ୍ରମାଣିତ ହୋଇଯିବ ବୋଲି ଆମର ଦୃଢ ବିଶ୍ୱାସ ରହିଛି ବୋଲି ଜଗି କହିଛନ୍ତି।

Advertisment

publive-imageସେ ଆହୁରି କହିଛନ୍ତି ଯେ 'ଆମ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆକ୍ରୋଶ ଯୋଗୁଁ ୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରି ଆସୁଥିବା ବିଜେଡି ସରକାର ଦ୍ୱାରା ଯୋଜନାବଦ୍ଧ ଭାବେ ଏସବୁ ମାମଲା ରୁଜୁ କରାଯାଇଛି। ୫ ବର୍ଷ ତଳେ ଯେବେଠାରୁ ମୋ ସ୍ୱାମୀ ଜୟ ପଣ୍ଡା ବିଜେଡି କରିଥିବା ବ୍ୟାପକ ଦୁର୍ନୀତି ବିଷୟରେ ପାଟି ଫିଟାଇବା ଆରମ୍ଭ କରିଥିଲେ, ଏବଂ ପରେ ବିଜେପିରେ ଯୋଗ ଦେଲେ।

ସେବେଠାରୁ ଓଡ଼ିଶା ସରକାର ଏବଂ ବିଜେଡି ଆମ ପରିବାର, ସଂସ୍ଥା ଏବଂ ଆମ ସହ ଜଡିତ ସଂଗଠନଗୁଡିକୁ ଟାର୍ଗେଟ କରି ହଇରାଣ କରିବାରେ ଲାଗିଛନ୍ତି।  କିଛି ସ୍ଥାନରେ ତ ସେମାନେ ଆମ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ବି ଚଳାଇଛନ୍ତି ଓଟିଭି। କୋଭିଡ୍ ପାଣ୍ଠିର ବ୍ୟାପକ ଦୁରୁପଯୋଗ ସମେତ ଓଡ଼ିଶାରେ ଚାଲିଥିବା ବିଭିନ୍ନ ଦୁର୍ନୀତିର ବାରମ୍ବାର ପର୍ଦ୍ଦାଫାସ କରୁଥିବାରୁ  ବିଜେଡିର ରାଗ ରହିଛି।'

Advertisment
Advertisment