Advertisment

ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ..

ଭୁବନେଶ୍ୱର: ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ ? ଭଲ କଲେଜରେ ସିଟ୍ ମିଳିବ ତ ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ ? ଏବେ ଏମିତି ଅନେକ…

author-image
Satyendu Shekher Mishra
ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ..

seat

ଭୁବନେଶ୍ୱର: ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ ? ଭଲ କଲେଜରେ ସିଟ୍ ମିଳିବ ତ ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ ? ଏବେ ଏମିତି ଅନେକ ପ୍ରଶ୍ନ, ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମନରେ । କାରଣ ହେଲା ଯୁକ୍ତ ଦୁଇ ସିଟ୍ ଅପେକ୍ଷା ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ । ଖାଲି ଯୁକ୍ତ ଦୁଇ ନୁହେଁ ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜରେ ଉପଲବ୍ଧ ଥିବା ବୃତ୍ତିଗତ ଶିକ୍ଷାର ସିଟ୍‌କୁ ମିଶାଇଲେ ବି ସଂଖ୍ୟା ନିଅଣ୍ଟ ପଡୁଛି । ବିଶେଷ କରି ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ ନିଜ କ୍ୟାରିୟରକୁ ନେଇ ଏବେଠାରୁ ସନ୍ଦୀହାନ ହୋଇପଡିଲେଣି ।

Advertisment

ଚଳିତ ବର୍ଷ ମାଟ୍ରିକ୍‌ରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରେଗୁଲାର, ଏକ୍ସରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସା ବୋର୍ଡରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମୋଟ୍ ସଂଖ୍ୟା ହେଲା ୬ ଲକ୍ଷ ୧୭ ହଜାର ୮୭୬ । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଆଡମିଶନ ନେଇଥାନ୍ତି । ମୋଟାମୋଟି ଭାବେ ୬ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ଆଡମିଶନ ଲାଗି ଚଳିତ ବର୍ଷ ଯୋଗ୍ୟ ହେବେ ।

ସେପଟେ ଉପଲବ୍ଧ ଥିବା ମୋଟ୍ ସିଟ୍ ସଂଖ୍ୟା ହେଲା ୬ ଲକ୍ଷ ୩ହଜାର ୧୧୩, ଅର୍ଥାତ ୨୪ ହଜାର ୭୬୩ ପିଲା ସିଟ୍ ତୁଳନାରେ ବଳକା ରହୁଛନ୍ତି । ରାଜ୍ୟରେ ଥିବା ୨୦୩୨ଟି ଯୁକ୍ତ ଦୁଇ କଲେଜରେ ମୋଟ୍ ୪ ଲକ୍ଷ ୪୩ ହଜାର ୩୫୪ ସିଟ୍‌ ରହିଛି । ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇ କଲେଜର ସିଟ୍ ମିଶାଇଲେ ସଂଖ୍ୟା ପହଞ୍ଚୁଛି ଏକ ଲକ୍ଷ ୫୯ ହଜାର ୭୫୯ରେ ।

Advertisment

ତେଣୁ ଏବେ ଦୁଇଟି ବିକଳ୍ପ ବ୍ୟବସ୍ଥା ଆପଣାଇ ପାରେ ଗଣଶିକ୍ଷା ବିଭାଗ । ପ୍ରଥମଟି ହେଲା ଆଡମିଶନରେ ସ୍ୱଚ୍ଛତା ଲାଗି ଏଣ୍ଟରାନ୍ସ ଏବଂ ଦ୍ୱିତୀୟଟି ହେଲା ସିଟ୍ ବୃଦ୍ଧି । ପିଲାଙ୍କୁ ମାର୍କ ଦିଆଯାଇଥିବାରୁ ଏତେ ସଂଖ୍ୟକ ପିଲାଙ୍କର ଏଣ୍ଟରାନ୍ସ କରିବାକୁ ଚିନ୍ତା କରୁନି ଗଣଶିକ୍ଷା ବିଭାଗ । ଆଞ୍ଚଳିକ ଭିତ୍ତିରେ ସିଟ୍ ସଂଖ୍ୟା ବଢାଗଲେ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷାବିତଙ୍କ ମତ ।

ଚଳିତ ବର୍ଷର ମାଟ୍ରିକ ପାସ୍ ହାର ବୋର୍ଡ ଇତିହାସରେ ହେଉଛି ରେକର୍ଡ । ଆଉ ଏହି ରେକର୍ଡ ମାର୍ଜିନ ଗଣଶିକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ । ତେଣୁ ଆଗକୁ ଆଡମିଶନ ଲାଗି କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରାଯିବ ନା ସିଟ୍ ବଢାଯିବ ତାଉପରେ ନଜର ।

Odisha Matric Result
Advertisment
Advertisment