/odishatv-khabar/media/post_attachments/uploadimage/library/16_9/16_9_0/madua_1625435778.jpg)
madua
ଜଗତସିଂହପୁର: ସ୍ୱାମୀକୁ ହାଣି ମାରି ଦେଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ । ମୃତକ ଜଣକ ହେଲେ ସୁଶାନ୍ତ ସାମଲ। ତାଙ୍କ ସ୍ତ୍ରୀଙ୍କ ନାଁ କବିତା ସାମଲ।
Advertisment
ପୋଲିସର ଖବର ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ କବିତା ସ୍ୱାମୀଙ୍କ ଉପରେ ଜୋରେ ରାଗି ଯାଇଥିଲେ। ତେଣୁ ସୁଶାନ୍ତ ଶୋଇବା ପରେ କବିତା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।
ଆଜି ସକାଳେ କବିତା ଘଟଣା ସମ୍ପର୍କରେ ତାଙ୍କର କିଛି ସର୍ମ୍ପକୀୟଙ୍କୁ କହିଥିଲେ। ପରେ ସର୍ମ୍ପକୀୟମାନେ ବାଲିକୁଦ ଥାନାରେ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଁଛି ମୃତଦେହକୁ ଉଦ୍ଧାର କରି କବିତାଙ୍କୁ ଥାନାରେ ଅଟକ ରଖିଛି।
Advertisment
କବିତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ସୁଶାନ୍ତ ମଦ ପିଇ ଅନେକ ସମୟରେ ଝଗଡ଼ା କରୁଥିଲେ ବୋଲି ବାଲିକୁଦା ଥାନା ଅଧିକାରୀ ସୂଚନା ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)