/odishatv-khabar/media/post_attachments/uploadimage/library/16_9/16_9_0/jaleswar_1625490768.jpg)
jaleswar
ଜଳେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି। ଏହିକ୍ରମରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବି ଜଳ ଓ ମାଟି ଅଯୋଧ୍ୟା ପଠାଯାଇଛି।
Advertisment
ଆସନ୍ତା ୫ ତାରିଖରେ ରାମ ମନ୍ଦିରରେ ଭୂମି ପୂଜା ଅବସରରେ ଏହା ଲାଗିବ। ଏଥିପାଇଁ ନମସ୍ତେ ଅଯୋଧ୍ୟା ପରିବାର ପକ୍ଷରୁ ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀର ପାଣି ଓ ମାଟି ଡାକ ଯୋଗେ ପଠାଯାଇଛି। ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ ଓ ମାଟିକୁ ପଠାଯାଇଛି।
ରାମ ମନ୍ଦିର ପାଇଁ ଏହି ମାଟି ଓ ଜଳ ଯାଉଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି ସ୍ଥାନୀୟ ଲୋକେ। ଏହି ଶୁଭକାମରେ ବରିଷ୍ଠ ଯାତ୍ର କଳାକାର ଗୌର ଦାସ ଉପସ୍ଥିତ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)