Advertisment

ଅସହାୟ ସଞ୍ଜୟଙ୍କ ପାଇଁ ଚାନ୍ଦା ଆଦାୟ କଲେ ଗ୍ରାମବାସୀ

ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଅସହାୟ ସଞ୍ଜୟଙ୍କ ପାଇଁ ଚାନ୍ଦା ଆଦାୟ କଲେ ଗ୍ରାମବାସୀ

sanjay

ରାୟଗଡ଼ା: ମିଳିଲାନି ସରକାରୀ ସହାୟତା। ପ୍ରତିଶ୍ରୁତି ବି କାମ କଲାନି। ଶେଷରେ ଅପେକ୍ଷା କରି କରି ଗ୍ରାମବାସୀ ହିଁ ରୋଗାକ୍ରାନ୍ତ ନାବାଳକଙ୍କୁ ନେଇ ହସ୍ପିଟାଲ୍ ଗଲେ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ନୂଆଗାଁର କଟକ ଫେରନ୍ତା ରୋଗାକ୍ରାନ୍ତ ବାଳକ ସଞ୍ଜୟ ମିଣିଆକାଙ୍କୁ ପ୍ରଶାସନ ଚିକିତ୍ସା ପାଇଁ ସହାୟତା ନ କରିବାରୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଚିକିତ୍ସା ପାଇଁ ଅର୍ଥ ନମିଳିବାରୁ ଲୋକେ ଏବେ ତାଙ୍କ ପାଇଁ ଗାଁ ଗାଁ ବୁଲି ଚାନ୍ଦା ଆଦାୟ କରୁଛନ୍ତି। ନିଜର ଚିକିତ୍ସା ପାଇଁ କଟକ ଯାଇ ଫେରିଥିବା ବାପା ମାଆ ଛେଉଁଣ୍ଡ ସଂଜୟ ଓ ତାର ସାଥୀକୁ ଗତ ଗୁରୁବାର ଦିନ କରୋନା ଭୟରେ ଲୋକେ ଗାଁରେ ପୁରାଇବାକୁ ମନା କରିଦେବାରୁ ସେ ରାସ୍ତାକଡ଼ ବିଶ୍ରାମାଗାରରେ ପଡି ରହିଥିଲେ।

୨ଦିନ ପର୍ଯ୍ୟନ୍ତ ବିଶ୍ରାମାଗାରରେ ପଡି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧି କୌଣସି ସହଯୋଗ କରିନଥିଲେ। ଏପରିକି ସଂଜୟ ବିଶ୍ରାମାଗାରରେ ପଡିରହିଥିବା ଖବର ବ୍ଲକ୍‍ ପ୍ରଶାସନ ସମେତ ସ୍ଥାନୀୟ ସରପଂଚଙ୍କ ନିକଟରେ ରହିଥିବା ତଥା ଗଣମାଧ୍ୟମରେ ଘନଘନ ପ୍ରସାରଣ ହୋଇଥିଲେ ମଧ୍ୟ ଘଟଣାସ୍ଥଳକୁ କେହି ଯାଇନଥିଲେ।

Advertisment

ଫଳରେ ଶୁକ୍ରବାର ସଂଧ୍ୟାରେ କିଛି ଗ୍ରାମବାସୀ ବାଧ୍ୟହୋଇ ନିଜସ୍ୱ ଖର୍ଚ୍ଚରେ ରୋଗାକ୍ରାନ୍ତ ସଂଜୟଙ୍କୁ ଏକ ଅଟୋରେ ନେଇ ବିଷମକଟକ ଖ୍ରୀଷ୍ଟିଆନ୍‍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ବିଷମକଟକ ଖ୍ରୀଷ୍ଟିଆନ୍‍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସଂଜୟ ଜଣେ ଅସହାୟ ଓ ଅତ୍ୟନ୍ତ ଗରୀବ ଶ୍ରେଣୀର ବାଳକ ହୋଇଥିବାରୁ ତାର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ରହିଛି।

ଅନ୍ୟପଟେ ପିଡିତ ବାଳକ ସଂଜୟକୁ ସେଦିନ ହସ୍ପିଟାଲ ଆଣିବା ପାଇଁ ଅଧସ୍ତନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିବା ସ୍ୱୀକାର କରିଛି ବ୍ଲକ୍ ପ୍ରଶାସନ। ତେବେ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ସହାୟତା କରାଯିବ ବୋଲି ସଫେଇ ଦେଇଛନ୍ତି ବିଷମକଟକ ବିଡିଓ।

Advertisment
Advertisment