/odishatv-khabar/media/post_attachments/uploadimage/library/16_9/16_9_0/JUNGLE-NIA_1626174533.jpg)
JUNGLE fire
କେମିତି ଲାଗୁଛି ଜଙ୍ଗଲରେ ନିଆଁ ?
ଜଙ୍ଗଲ ନିଆଁର କାରଣ ଖୋଜିବ ଟାସ୍କ ଫୋର୍ସ
ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍
ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କ ସହ କରିବେ ଆଲୋଚନା
ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରାରମ୍ଭିକ ରିପୋର୍ଟ
ବାରିପଦା: କେମିତି ଲାଗୁଛି ଜଙ୍ଗଲରେ ନିଆଁ ? ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁଆଜି ଘଟଣାସ୍ଥଳ ଗସ୍ତ କରିବ ଟାସ୍କ ଫୋର୍ସ ଟିମ୍ ଅଗ୍ନିକାଣ୍ଡର ଅନୁଧ୍ୟାନ କରିବା ସହ ସ୍ଥାନୀୟ ବାସିନ୍ଦା, ବନ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ଟାସ୍କ ଫୋର୍ସ ସଦସ୍ୟ । ଅନୁଧ୍ୟାନ ପରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଜଙ୍ଗଲ ନିଆଁ ଟାସ୍କ ଫୋର୍ସ ସଦସ୍ୟ ।
ରାଜ୍ୟରେ କେଉଁ ଅଞ୍ଚଳରେ ପ୍ରତିବର୍ଷ ନିଆଁ ଲାଗୁଛି ତାର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ ପ୍ରାୟ ୨୬ ହଜାର ୫ ଶହ ଗାଁ, ଜଙ୍ଗଲ ଆଖପାଖରେ ରହିଛି ଏଥିରୁ ୫ ହଜାର ଗାଁ ନିଆଁ ପ୍ରବଣ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କୁ ପ୍ରୋତ୍ସାହନ ଦିଆଗଲେ ସେମାନେ ହିଁ ଜଙ୍ଗଲ ସୁରକ୍ଷାର ପ୍ରମୁଖ ମାଧ୍ୟମ ସାଜିବେ ବୋଲି ଟାସ୍କ ଫୋର୍ସ ସଦସ୍ୟ କହିଛନ୍ତି ।
ସେପଟେ ତିନସପ୍ତାହରୁ ଅଧିକ ଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ତେବେ ଅଧିକାଂଶ ସ୍ଥାନରେ ନିଆଁ ଆୟତ୍ତ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ଏବେ ବି ଜଙ୍ଗଲ ଜଳୁଛି । ପୋଡାଡିହା ରେଞ୍ଜ ଆନନ୍ତପୁର, ପଣସଗୋଡି, ଖଣ୍ଡାଚିରା, ଦୁଗୋଡ଼ ଓ ଠାକୁରାଣୀଗଡି ଜଙ୍ଗଲରେ ନିଆଁ ଆୟତ୍ତ ହୋଇଛି । ବନ ବିଭାଗ ଓ ଓଡ୍ରାଫ୍ ଟିମ ମିଳିତ ଭାବେ ନିଆଁକୁ ଆୟତ୍ତ କରିଛନ୍ତି । ଯେଉଁ ଜାଗାରେ ଜଙ୍ଗଲ ଜଳୁଛି, ସେଠାରେ ଯବାନମାନେ ନିଆଁ ଲିଭାଇବା କାମ ଜାରି ରଖିଛନ୍ତି ।
#ଜଙ୍ଗଲରେ_କେମିତି_ଲାଗୁଛି_ନିଆଁ
ଶିମିଳିପାଳ ଜଙ୍ଗଲ ନିଆଁ ଅନୁଧ୍ୟାନ ପାଇଁ ଘଟଣାସ୍ଥଳ ଗସ୍ତ କରିବ ଟାସ୍କଫୋର୍ସ ଟିମ୍। ସ୍ଥାନୀୟ ବାସିନ୍ଦା, ବନ କର୍ମଚାରୀ ଓ ଅଧିକାରୀଙ୍କ ସହ କରିବେ ଆଲୋଚନା। #Similipala#Odishapic.twitter.com/bocVQs0mIF— ଓଟିଭି (@otvkhabar) March 16, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)