/odishatv-khabar/media/post_attachments/uploadimage/library/16_9/16_9_0/students_1625516282.jpg)
students
ପୁରୀ: ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ଛାତ୍ର । ପୁରୀ ଜିଲ୍ଲା ଗୋପ ସ୍ଥିତ ନିମାପଡ଼ା ଡିଏଭି ସ୍କୁଲରେ ପାଠ ପଢୁଥିବା ଏହି ୭ମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ଏମଡି ଶାହ ଅଖତର୍।
Advertisment
ପ୍ରସ୍ତୁତ କରିଥିବା ଏହି ଟନେଲ୍କୁ ଅଖତର୍ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦ୍ଘାଟନ କରିଥିଲେ । ନିଜ ପରିବାରରୁ ପ୍ରେରଣା ପାଇ ଅନଲାଇନରୁ ଏକ ସେନସର୍ ଯୁକ୍ତ ସ୍ପ୍ରେୟର ଏବଂ ମଟର୍ କିଣିଥିଲେ । ଏକ ଡ୍ରମରେ ସାନିଟାଇଜର୍ ଭର୍ତ୍ତି କରି ଏଥିରେ ମଟର୍ ଲଗାଇ ସ୍ପ୍ରେୟର ସଂଯୋଗ କରିବା ପରେ ସଫଳତା ପାଇବା ପରେ ଏହାକୁ ଏକ ଟନେଲ୍ ର ରୂପ ଦେଇଥିଲେ। ସମୁଦାୟ ୭ ହଜାର ଟଙ୍କାରେ ଏଭଳି ଟନେଲ୍ ସେ ନିର୍ମାଣ କରିପାରିଥିବା କହିଛନ୍ତି । ଅଖତରଙ୍କ ଏହି ସୃଜନଶୀଳତା ପାଇଁ ପରିବାର ଓ ବନ୍ଧୁବାନ୍ଧବ ବେଶ୍ ଖୁସି ଅଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)