Advertisment

ରାଜ୍ୟ ସରକାରଙ୍କ କଥା ମିଥ୍ୟା ପ୍ରମାଣିତ ହେଲା-ଗୋଲକ

ସେପଟେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ଥିବା କହିଛନ୍ତି କୋର୍ଟ, ଆଉ ୨ ମାସ ସମୟ ଦେଇଛନ୍ତି। ସୂଚନା ଅଧିକାର ତଥ୍ୟ ପରେ ଚିଠି ମିଳିଥାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିଶିକାନ୍ତ ମିଶ୍ର।

author-image
Sarbeswar
ରାଜ୍ୟ ସରକାରଙ୍କ କଥା ମିଥ୍ୟା ପ୍ରମାଣିତ ହେଲା-ଗୋଲକ

golak bjp

ନୟାଗଡ: ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଥମିବାରେ ନା ନେଉନାହିଁ ରାଜନୀତି। ତେବେ ଆଜି ନାବଳିକା ମାମଲାରେ ହାଇକୋର୍ଟଙ୍କୁ ସରକାରଙ୍କ ଚିଠି ନ ମିଳିବା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ବିଧାନସଭାରେ ରାଜ୍ୟ ସରକାର କୋର୍ଟ ମନିଟର SIT ପାଇଁ କହିଥିଲେ। ହେଲେ ଆଜି ରାଜ୍ୟ ସରକାରଙ୍କ କଥା ମିଥ୍ୟା ପ୍ରମାଣିତ ହେଲା। ତଦନ୍ତ କୋର୍ଟ ମନିଟର ନୁହେଁ ବୋଲି ଆମେ ପୂର୍ବରୁ କହିଥିଲୁ ବୋଲି କହିଛନ୍ତି ଗୋଲକ।

Advertisment

publive-image ଏହାସହ ଆମେ ଯାହା କହିଥିଲୁ, ତାହା ପ୍ରମାଣିତ ହୋଇଛି ବୋଲି ଗୋଲକ କହିଛନ୍ତି । ସେପଟେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ଥିବା କହିଛନ୍ତି କୋର୍ଟ, ଆଉ ୨ ମାସ ସମୟ ଦେଇଛନ୍ତି। ସୂଚନା ଅଧିକାର ତଥ୍ୟ ପରେ ଚିଠି ମିଳିଥାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିଶିକାନ୍ତ ମିଶ୍ର।

publive-imageବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। SIT ତଦନ୍ତ ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ଏର୍ଯ୍ୟନ୍ତ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି ମିଳିନାହିଁ। ଯେହେତୁ କୌଣସି ଚିଠି ମିଳିନାହିଁ, ତେଣୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ହାଇକୋର୍ଟ  ଦର୍ଶାଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ଏହି ସୂଚନା ମିଳିଛି।

Advertisment

ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ। ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି। ମାତ୍ର ନଭେମ୍ବର ୨୮ ତାରିଖରେ ସରକାର ଚିଠି ଲେଖିଥିବା କଥା ପଦାକୁ ଆସିଥିଲା। ଗୃହ ବିଭାଗ ସ୍ୱତନ୍ତ୍ର ସଚିବ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ।

publive-imageନାବାଳିକା ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସ୍‌ଆଇଟି ଗଠନ କରିଥିଲେ ରାଜ୍ୟ ସରକାର। ତାସହ ଏସ୍‌ଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କୁ ଚିଠି ମଧ୍ୟ ଦେଇଥିଲେ।

ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଏସ୍‌ଆଇଟି ତଦନ୍ତର ମନିଟରିଂ ପାଇଁ ମୁଖ୍ୟ ବିଚାରପତିଙ୍କ ନଜରକୁ ପ୍ରସ୍ତାବଟିକୁ ଆଣିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ହେଲେ ଜାନୁଆରୀ ୬ ତାରିଖ ସୁଦ୍ଧା ହାଇକୋର୍ଟଙ୍କୁ କିନ୍ତୁ ସେ ସମ୍ପର୍କିତ ଚିଠି ମିଳିନଥିବା ଆରଟିଆଇ କର୍ମୀ ହେମନ୍ତ ପଣ୍ଡା ହାସଲ କରିଥିବା ତଥ୍ୟରୁ ଜଣାପଡ଼ିଛି। ତେଣୁ ଯଦି ଚିଠି ଲେଖା ଯାଇଥିଲା, ତାହା କିଭଳି ହାଇକୋର୍ଟରେ ପହଞ୍ଚିଲାନି ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ।

Pari Murder Case
Advertisment
Advertisment