/odishatv-khabar/media/post_attachments/uploadimage/library/16_9/16_9_0/yatra-indicates-nod-to-allow-puri-rath_bcba69fa-b4fb-11ea-b3b3-7b919605787e_1625321626.jpg)
RathYatra
ପୁରୀ: ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରେସ୍ମିଟ୍ । କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ, କ୍ୟାମେରା ମନା । କୌଣସି ସେବାୟତ ମୋବାଇଲ ବ୍ୟବାହର କରିପାରିବେ ନାହିଁ । ଏହାସହ ରଥଯାତ୍ରା ବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ ବୋଲି ମଧ୍ୟ କଡ଼ା ନିର୍ଦେଶ ରହିଛି ।
ସେହିଭଳି ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର କୌରସି ଅଧିକାରୀ ରଥ ଟାଣିବେ ନାହିଁ । ରଥଯାତ୍ରାରେ ସଂପୃକ୍ତ ସେବାୟତ, ଅଧିକାରୀଙ୍କର ହେବ କୋଭିଡ୍ ଟେଷ୍ଟ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ । ସେବାୟତମାନଙ୍କୁ ଯୋଗାଇ ଦିଆଯିବ ମାସ୍କ ଓ ସାନିଟାଇଜର ।
ତେବେ ଏଥର ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଅନେକ କଟକଣା ରହିଛି । ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ । ଆଜି ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି । ଯେହେତୁ ରଥଯାତ୍ରା ବେଳେ ୧୪୪ ଧାରା ଲାଗିବ, ତେଣୁ ଛାତ ଉପରୁ ବି ରଥଯାତ୍ରା ଦେଖିବା ଉପରେ କଟକଣା ଲଗାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ କହିଛନ୍ତି, ରଥଯାତ୍ରା ବେଳେ ଘର ଭିତରେ ଲୋକେ ରହିବେ । ବଡ଼ଦାଣ୍ଡରେ ଥିବା ହୋଟେଲ, ଲଜ୍ ଏବଂ ଧର୍ମଶାଳାକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରାଯିବ । ୨୦୦ରୁ ଅଧିକ ଘର ଓ ୪୧ଟି ହୋଟେଲ, ଲଜ୍ ରହିଛି । ରଥଯାତ୍ରାରେ ଛାତ ଉପରେ କେହି ଯେପରି ଯିବେନି ସେନେଇ କଡ଼ା ନିୟମ ଲାଗୁ କରାଯିବ ।
ସେପଟେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧା ମୂରତୀ, ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏବେ ଅନବସର ଘରେ ଥିବା ଶ୍ରୀଜୀଉଙ୍କ ଲାଗି ଦେଉଳି ମଠରୁ ଫଳ ଭାର ଆସିଛି । ଶଗଡ଼ ଗାଡିରେ ନଡ଼ିଆ, କଦଳୀ, ପଣସ ଆଦି ଭାର ସହ ଫୁଲ ଓ ତୁଳସୀ ନେଇ ଭକ୍ତମାନେ ପୁରୀକୁ ଆସିଛନ୍ତି । ଏହି ଭାରକୁ ଦଇତାପତି ସେବକଙ୍କୁ ପ୍ରଦାନ କରାଯାଛି । ଅନବସର ସମୟରେ ମହାପ୍ରଭୁ ବିଭିନ୍ନ ପ୍ରକାର ଫଳ ସେବନ କରିଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)