/odishatv-khabar/media/post_attachments/uploadimage/library/16_9/16_9_0/kadua_1626694176.jpg)
kadua
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ଲାଗି ସରପଞ୍ଚମାନଙ୍କୁ ମିଳିଥିବା ଜିଲ୍ଲାପାଳ କ୍ଷମତା ବଳରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କାଦୁଆ ସରପଞ୍ଚ ନିଜ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ।
Advertisment
ଏହି ଅଞ୍ଚଳକୁ ସୁରତ, ମହାରାଷ୍ଟର ଏବଂ ତାମିଲନାଡୁରୁ ପ୍ରବାସୀଙ୍କ ଆଗମନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସେ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ।
ଏହା ବ୍ୟତୀତ ପଞ୍ଚାୟତରେ ଜିଲ୍ଲା ଭିତର ଓ ବାହାରର ଅଧିକ ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟିନରେ ରହିଛନ୍ତି । ଅନେକ ସ୍ଥାନରେ ଲୋକେ ନିୟମକୁ ନ ମାନି ଘର ବାହାରକୁ ବାହାରି ବୁଲୁଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ସଟ୍ଡାଉନ ସମୟରେ କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟସେବା ସବୁ ବନ୍ଦ ରହିବ ବୋଲି ସେ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)