/odishatv-khabar/media/post_attachments/uploadimage/library/16_9/16_9_0/police-bbsr_571_855_1620133270.jpg)
police-bbsr
ଭୁବନେଶ୍ୱର: ଲକଡାଉନ ସମୟରେ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା ହୋଇଛି। ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ ନିଆଯାଇଛି। କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ।
ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା IICଙ୍କୁ ଫୋନ୍ କରି ଜଣାଇବେ।
Advertisment
ଫୋନ୍ରେ ଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ। ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପୋଲିସ ପହଞ୍ଚିବ। ଘରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ପୋଲିସ ଏତଲା ଗ୍ରହଣ କରିବ। ଏହାଦ୍ୱାରା ତଦନ୍ତରେ କିଛି ଅବହେଳା କରାଯିବନି ବୋଲି ଡିସିପି କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)