/odishatv-khabar/media/post_attachments/uploadimage/library/16_9/16_9_0/Mandi-1_1625222381.jpg)
Mandi
ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ । ଜୁଲାଇ ୧୫ ଯାଏଁ ଡେଡ୍ଲାଇନ୍ ବୃଦ୍ଧି, ଅଚଳ ଟୋକନକୁ ପୁଣି କାର୍ଯ୍ୟକ୍ଷମ କରିବା ଏବଂ ପଞ୍ଜୀକୃତ ଚାଷୀଙ୍କଠୁ ଧାନ କିଣିବା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଅବ୍ୟାହତ ରହିଛି ।
ଆଜି ସରୁଥିବା ରବି ଧାନ ସଂଗ୍ରହର ଡେଡ୍ଲାଇନ୍କୁ ବଢାନ୍ତୁ ସରକାର । ଟୋକନ ପାଇ ବି ଧାନ ବିକି ପାରିନଥିବା ଚାଷୀଙ୍କ ଧାନ କିଣୁ ପ୍ରଶାସନ । ଏହି ଦୁଇଟି ପ୍ରମୁଖ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ କଂଗ୍ରେସର ୧୧ ଘଣ୍ଟିଆ ଆନ୍ଦୋଳନ ସକାଳୁ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରର ସବୁ ରାସ୍ତାରେ ଚକାଜାମ୍, ହରତାଳ ପରେ ଜନଜୀବନ ପୁରା ଠପ୍ । ଏପଟେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଥମୁନି ମଣ୍ଡି ତାତି । ଜିଲ୍ଲାପାଳଙ୍କ ଅଫିସ ମୁଖ୍ୟ ଫାଟକ ଆଗରେ ଧାନବସ୍ତା ରଖି ଆଜିକୁ ୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତିି ଚାଷୀ । ଚାଷୀଙ୍କ ଏକା ଦାବି ଅକାମୀ ଟୋକନକୁ ସରକାର ପୁଣି କାର୍ଯ୍ୟକ୍ଷମ କରନ୍ତୁ ଏବଂ ମଣ୍ଡିରୁ ଧାନ ଉଠାନ୍ତୁ ।
କେବଳ ବିନିକା କି ବରଗ଼ଡ଼ ନୁହେଁ, ଆହୁରି ଅନେକ ସ୍ଥାନରେ ଏବେ ବି ମଣ୍ଡିରେ ଧାନ ରଖି ମିଲରଙ୍କୁ ଅନାଇ ବସିଛନ୍ତି ଚାଷୀ । ଏପଟେ ସରକାର କିନ୍ତୁ ଜୁନ୍ ୩୦କୁ ରବି ଧାନ ସଂଗ୍ରହର ଶେଷ ଦିନ ଘୋଷଣା କରିଥିବାରୁ, ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷୀଙ୍କ ହଟହଟା ପାଇଁ ସକରାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରିଛି ବିରୋଧୀ କଂଗ୍ରେସ । କହିଛି ରବିର ସବୁ ବଳକା ଧାନ କିଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ହେଲେ କିଣା ଶେଷ ହେବା ପୂର୍ବରୁ କଣ୍ଟ ଶେଷ ।
ତେଣୁ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରି ବିକି ପାରିନଥିବା ପ୍ରାୟ ୨୯ ହଜାର ଚାଷୀ କରିବେ କଣ ? ଏ ମାମଲାରେ ସରକାର ନିରବଦ୍ରଷ୍ଟ୍ରା ସାଜିଥିବାରୁ ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟା ନେଇ ଆସନ୍ତାକାଲି ଓ ଏହା ପରଦିନ ରାଜ୍ୟର ସବୁ ଧାନମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ବିଜେପି । କିଷାନ୍ କଂଗ୍ରେସ ବି କାଲି ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)