Advertisment

'ଓଡ଼ିଶାରେ ଆହୁରି ସାଂଘାତିକ ରୂପ ନେବ କରୋନା'

ଭୁବନେଶ୍ବର: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଏହି ମହାମାରୀ ଆଗକୁ ଆହୁରି ସାଂଘାତିକ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଜୁଲାଇରେ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା […]

author-image
Ranjeet Kumar Jena
'ଓଡ଼ିଶାରେ ଆହୁରି ସାଂଘାତିକ ରୂପ ନେବ କରୋନା'

jayant

ଭୁବନେଶ୍ବର: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଏହି ମହାମାରୀ ଆଗକୁ ଆହୁରି ସାଂଘାତିକ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।

Advertisment

ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଜୁଲାଇରେ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୨୫ରୁ ୩୦ ହଜାର ପର୍ଯ୍ୟନ୍ତ ବଢ଼ିପାରେ। ସେହିଭଳି ଆଉ ୫୦ ଜଣଙ୍କ ମୃତ୍ୟୁ ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେବେ ଟେଷ୍ଟିଂ ଅଧିକ ସଂଖ୍ୟାରେ ହେଉଥିବାରୁ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ଏଥିରେ ବିଚଳିତ ହେବାର କାରଣ ନାହିଁ। କାରଣ ସୁସ୍ଥ ହେବା ଲାଗି ଏବେ ପ୍ଲାଜମା ଥେରାପି ଅନ୍ୟ ବିକଳ୍ପର ପ୍ରୟୋଗ ହେଉଥିବାରୁ ଏହା ଆଶ୍ୱସ୍ତିର ବିଷୟ ବୋଲି ଡାକ୍ତର ପଣ୍ଡା କହିଛନ୍ତ।

ଏପଟେ ରାଜ୍ୟରେ ଆଜି ଆଉ ୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଗଞ୍ଜାମରୁ ୩, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ରବିବାର ରାଜ୍ୟରେ ୭୩୬ ନୂଆ ପଜିଟିଭ୍ ଚିହ୍ନଟ ସହ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୪୩୭କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟିନରୁ ୪୮୧ ଏବଂ ୨୫୫ ଜଣ ଲୋକାଲ୍ କଣ୍ଟାଣ୍ଟ ରହିଛି। ରାଜ୍ୟରେ ଆଜି ୫୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏଥିସହ ଆରୋଗ୍ୟଙ୍କ ସଂଖ୍ୟା ୧୨,୪୫୨ରେ ପହଞ୍ଚିଛି।

Advertisment
Advertisment
Advertisment