Advertisment

ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ

ପୁରୀ: କାର୍ଯ୍ୟକାରୀ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେଲା।  ପ୍ରତ୍ୟାହାର କରାଯାଇଥିବା ନେଇ ନିଜ ଟ୍ୱିଟ୍‌ର ହାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ […]

ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ

puri srimandir

Advertisment

ପୁରୀ: କାର୍ଯ୍ୟକାରୀ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେଲା।  ପ୍ରତ୍ୟାହାର କରାଯାଇଥିବା ନେଇ ନିଜ ଟ୍ୱିଟ୍‌ର ହାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି  ବିଜେଡି ସାଂସଦମାନେ ମଧ୍ୟ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। 

ସୂଚନାଥାଉ କି, ପ୍ରସ୍ତାବିତ ବାଇ ଲ ଅନୁସାରେ କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ।

Advertisment

ଏହି  ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(NMA)ର ଅନୁମତି ନେବାକୁ ପଡ଼ିବ।  ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ, ମେଘନାଥ ପାଚେରୀ ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ ବୋଲି ଏହି ଅଧିନିୟମରେ କୁହାଯାଇଥିଲା ।

ତେବେ ବିଭିନ୍ନ ବର୍ଗରୁ ଏହି ଅଧିନିୟମକୁ ବିରୋଧ କରା ଯାଇଥିଲା।  ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅଧିନିୟମକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଥିଲେ।

Advertisment

ଏହି ଅଧିନିୟମକୁ ସାଧାରଣରେ ବିରୋଧ କରାଯିବ ବୋଲି ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ସୂଚନା ଦେଇ କହିଥିଲେ ଶ୍ରୀମନ୍ଦିର ସେବାୟତ ପକ୍ଷରୁ ଏ ନେଇ NMAରେ ଅଭିଯୋଗ କରାଯିବ। ସେହିପରି ଏହି ଅଧିନିୟମକୁ ନେଇ ଶ୍ରୀମନ୍ଦିର ପ୍ରଶାସନରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ନିଜ ମତ ସମ୍ପର୍କରେ NMAର ଦୃଷ୍ଟି ଆକର୍ଷଣ କରିବ ବୋଲି କହିଥିଲା।

ଏନେଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଜେପି-ବିଜେଡ଼ି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ଅଧିନିୟମ ପ୍ରତ୍ୟାହାର ପାଇଁ ଦାବି କରିଥିଲେ।

ସେହିପରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ କଟକଣା କୋହଳ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରିଥିଲେ।  ଏହି ଅବସରରେ ଅଧିନିୟମକୁ ନେଇ କେନ୍ଦ୍ରକୁ କଡା ଜବାବ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟକୁ କେହି ରୋକି ପାରିବେନି। ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯିବ ବୋଲି କହିଥିଲେ।

ଯାହା ବି ହେଉ, କେନ୍ଦ୍ର ମନ୍ତ୍ରୀ ଏହାକୁ ପ୍ରତ୍ୟାହାର କରାଯାଇଥିବା ସୂଚନା ଦେଇଛନ୍ତି। ଏହି ଅଧିନିୟମ ପ୍ରତ୍ୟାହୃତ ହେବା ପରେ ସଂଶୟ ଦୂର ହୋଇଛି।

ପଢନ୍ତୁ: ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ

Puri Srimandir By-law
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ