/odishatv-khabar/media/post_attachments/uploadimage/library/16_9/16_9_0/koraput_1625533037.jpg)
koraput
କୋରାପୁଟ: ଚାଷୀ ସାଜିଲେ ବିଧାୟକ। ଲକ୍ଡାଉନ୍ ସମୟରେ ବିଧାନସଭା ତ ବନ୍ଦ, ସଭା ସମିତି ମଧ୍ୟ ବନ୍ଦ। ତେଣୁ ଘରେ ନ ବସି ଚାଷ କାମରେ ମନ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ପ୍ରତିଦିନ ସେ କ୍ଷେତକୁ ଯାଉଛନ୍ତି । ନିଜେ ଚାଷ କାମ କରୁଛନ୍ତି।
Advertisment
ରଘୁରାମ କହିଛନ୍ତି, ମୁଁ ଚାଷୀ ଘର ପିଲା। ଲକ୍ଡାଉନ୍ ସମୟରେ କାମ କିଛି ନାହିଁ। ଲୋକମାନଙ୍କ ସୁବିଧା ଅସୁବିଧା କଥା ଫୋନ୍ ଯୋଗେ ବୁଝାସୁଝା କରୁଛି। ରାଜନୀତି କରିବା ଆଗରୁ ମୁଁ ଚାଷୀ ଥିଲି। ଏବେ ସମୟ ମିଳୁଥିବାରୁ ନିଜେ ଚାଷ କାମ କରୁଛି। ଧାନ ସହିତ ଅନେକ ପ୍ରକାର ପନିପରିବା ଓ ଅଦା ଚାଷ କରିଛି।
ଏଭଳି ସମୟରେ ମଧ୍ୟ ସେ କୋଭିଡ ନିୟମ ମାନୁଛନ୍ତି । ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ କୋଭିଡ ଗାଇଡଲାଇନ୍ ମାନିବାକୁ ଅନ୍ୟମାନଙ୍କୁ ମଧ୍ୟ କହୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)