/odishatv-khabar/media/post_attachments/uploadimage/library/16_9/16_9_0/cuttack_1626698262.jpg)
cuttack
କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ପରିବା ବିକିଲେ ଆଇନଜୀବୀ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ହାଇକୋର୍ଟ ପରିସରରେ । କରୋନା ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ଆଇନଜୀବୀ । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା ଅପଣାଇଛନ୍ତି ଆଇନଜୀବୀ ।
କରୋନା ଯୋଗୁଁ ଅଦାଲତ କାର୍ଯ୍ୟ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ଫଳରେ ଆଇନଜୀବୀମାନେ ରୋଜଗାର ହରାଇବା ସହ ନାନାଦି ଆର୍ଥିକ ଅନଟନର ସମ୍ମୁଖୀନ ହେଉଛନ୍ତି । ଆଇନଜୀବୀଙ୍କ କଲ୍ୟାଣ ଉପଲକ୍ଷେ ଉଦ୍ଦିଷ୍ଟ ଆଇନଜୀବୀ କଲ୍ୟାଣ ପାଣ୍ଠିରେ କୋଟି କୋଟି ଟଙ୍କା ପଡ଼ିରହିଛି। ଏଥିରୁ ଆଇନଜୀବୀମାନଙ୍କୁ ସହାୟତା ଦେବ ଲାଗି ରାଜ୍ୟ ଆଇନଜୀବୀ ପରିସର ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏବେ ସୁଦ୍ଧା ଆର୍ଥିକ ସହାୟତା ମିଳିପାରି ନଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ । ଅନ୍ୟାନ୍ୟ ବୃତ୍ତି ଧାରୀଙ୍କୁ ସରକାର ସହାୟତା ଯୋଗାଇ ଦେଇଥିବା ବେଳେ ଆଇନଜୀବୀଙ୍କ କ୍ଷେତ୍ରରେ ସରକାର କାହିଁକି ଉଦାସୀନ ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)