Advertisment

ତହସିଲଦାରଙ୍କ ମହତପଣିଆ

ଉମରକୋଟ : ନିଜ ମହତପଣିଆକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉମରକୋଟ ତହସିଲଦାର ଡା. ହିମାଞ୍ଚଳ ମାଝି। ସପ୍ତାହାନ୍ତ ସଟଡାଉନ୍ ବେଳେ ରାସ୍ତା କଡରେ ଶାଗ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ସଚେତନ କରିବା ସହିତ ୫୦ ଟଙ୍କାର ଶାଗକୁ ୨ଶହ ଟଙ୍କାରେ କିଣି ତାଙ୍କୁ ଘରକୁ ଯିବାକୁ କହିଲେ। କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ଖେଳେ‍ଇଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସରକାରୀ ଓ ପ୍ରଶାସନୀକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଲକଡାଉନ୍ କଟକଣା […]

author-image
Pramod Behera
ତହସିଲଦାରଙ୍କ ମହତପଣିଆ

Umarkot Tahasildar

ଉମରକୋଟ : ନିଜ ମହତପଣିଆକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉମରକୋଟ ତହସିଲଦାର ଡା. ହିମାଞ୍ଚଳ ମାଝି। ସପ୍ତାହାନ୍ତ ସଟଡାଉନ୍ ବେଳେ ରାସ୍ତା କଡରେ ଶାଗ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ସଚେତନ କରିବା ସହିତ ୫୦ ଟଙ୍କାର ଶାଗକୁ ୨ଶହ ଟଙ୍କାରେ କିଣି ତାଙ୍କୁ ଘରକୁ ଯିବାକୁ କହିଲେ।

Advertisment

କରୋନା ଭାଇରସର ଦ୍ୱିତୀୟ ଲହର ହାହାକାର ଖେଳେ‍ଇଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସରକାରୀ ଓ ପ୍ରଶାସନୀକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଲକଡାଉନ୍ କଟକଣା ପରଠାରୁ ହିଁ ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳ ଅତି ଛୋଟ ଛୋଟ ବୁଲା ବିକାଳି ସର୍ବାଧିକ କ୍ଷତି ସହିଛନ୍ତି।  ଆଉ ଏବେ ଏମିତିରେ ସପ୍ତାହାନ୍ତ ସଟଡାଉନ୍ ଯୋଡ଼ି ହୋଇଛି, କଟକଣା ଲାଗିଛି। ତଥାପି ଉମରକୋଟରେ ଜଣେ ମହିଳା ରାସ୍ତା କଡ଼ରେ ଶାଗ ବିକ୍ରି କରୁଥିଲେ। ସେହି ବାଟ ଦେଇ ଯାଉଥିବା ତହସିଲଦାର ସଂପୃକ୍ତ ଶାଗ ବିକାଳୀ ମହିଳାଙ୍କୁ କଟକଣା ଲାଗିଥିବା ବେଳେ କାହିଁକି ବାହାରକୁ ଆସିଛ ବୋଲି ପ୍ରଶ୍ନ କରିଥିଲେ।  ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହ ଘରକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଏହା ସହ ସଂପୃକ୍ତ ଶାଗ ବିକାଳୀଙ୍କ ସବୁ ଶାଗ ଓ କଦଳୀ କିଣି ନେଇଥିଲେ । ତହସିଲଦାରଙ୍କ ଏହି ଉଦାର ମନୋଭାବକୁ ସହରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସେପଟେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୫୯ ସଂକ୍ରମିତ ଚିହ୍ନଟ ହୋ‍ଇଛନ୍ତି। ୧୧,୦୫୯ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୯୩ ବାହାରିଥିବା ବେଳେ ଲୋକାଲ କେସ୍ ୪୮୬୬ ରହିଛି। କଟକରୁ ସର୍ବାଧିକ ୧୧୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧରୁ ୧୦୧୦ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୫୯, ସୁନ୍ଦରଗଡ଼ରୁ ୭୨୯, ମୟୂରଭଞ୍ଜରୁ ୬୬୨, ଯାଜପୁରରୁ ୫୬୪, ପୁରୀରୁ ୪୩୦ ରହିଥିବା ବେଳେ କଳାହାଣ୍ଡିରୁ ୪୦୭, ବାଲେଶ୍ୱରରୁ ୪୦୦, ସମ୍ବଲପୁରରୁ ୩୭୯ ଚିହ୍ନଟ ହୋଇଛନ୍ତି।

Advertisment
Advertisment
Advertisment