Advertisment

ମରାମତି ହେବ ଶ୍ରୀଜିଉ ଓ ବଡ଼ ଠାକୁରଙ୍କ ସୁନା କୁଣ୍ଡଳ-ଶ୍ରୀଭୁଜ

ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଶ୍ରୀଭୁଜ ମରାମତି କରାଯିବ । ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା…

ଅଦ୍ୟତନ ହୋଇଛି
ମରାମତି ହେବ ଶ୍ରୀଜିଉ ଓ ବଡ଼ ଠାକୁରଙ୍କ ସୁନା କୁଣ୍ଡଳ-ଶ୍ରୀଭୁଜ

vlcsnap-error599

Advertisment

ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଶ୍ରୀଭୁଜ ମରାମତି କରାଯିବ । ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା ବଳା ଓ ପାପୁଲି, ଆଙ୍ଗୁଠିର ମରାମତି କରାଯିବ । ସୁନା ଦ୍ୱାରା ଏହାର ମହାମତି କରାଯିବ । ମରାମତି ପରେ ମହାପ୍ରଭୁ ସୁନାବେଶ ବା ରାଜାଧିରାଜ ବେଶରେ ବିଭୂଷିତ ହେବେ ।

Advertisment

ଏଥିପାଇଁ ୧୨୦୦ ଗ୍ରାମର ସୁନାର ଆବଶ୍ୟକତା ରହିଛି । SBIରେ ଥିବା ସୁନାକୁ ଅଣାଯାଇ ବିଧି ମୁତାବକ ବିଶୁଦ୍ଧ କରାଯାଇ ମରାମତି କାର୍ଯ୍ୟରେ ଲଗାଯିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଏକ ବେସରକାରୀ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ୪ ଜଣ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଏହି ମରାମତି କରାଯିବ । ଦ୍ୱାଦଶୀ ତିଥିରୁ ମରାମତି କାର୍ଯ୍ୟ ନାଭିକଟା ମଣ୍ଡପରେ କଡା ସୁରକ୍ଷା ମଧ୍ୟରେ କରିବାକୁ ସ୍ଥିର ହୋଇଛି ।

 । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଅନୁମାନ କରାଯାଉଛି କି ସୁନା ବେଶରେ ବ୍ୟବହୃତ ହେବାକୁ ଥିବା କିଛି ସୁନା ଅଳଙ୍କାର ବି ମରାମତି ହୋଇପାରେ । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ରାଜରାଜେଶ୍ୱର ବେଶ ପୂର୍ବରୁ ଏହି ମରାମତି କାମ ସରିବ ।

Advertisment
Lord Jaganath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ