/odishatv-khabar/media/post_attachments/uploadimage/library/16_9/16_9_0/chain_1625511812.jpg)
chain
ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଆଜି ଆଇଆରସି ଭିଲେଜ୍ର ଏନ୍4 କ୍ୱାଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ ଲୁଟି ନେଇଛନ୍ତି।
Advertisment
ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍ପି ତନୁଜା ମହାନ୍ତିଙ୍କ ବେକରୁ ସୁନା ଚେନ୍ ସହ କାନଫୁଲ ଲୁଟି ନେଇଥିଲେ ଦୁଇ ଲୁଟେରା । ସେ ଘର ଝାଡ଼ୁ କରୁଥିବା ସମୟରେ ଦୁଇ ଲୁଟେରା ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଅଳଙ୍କାର ଲୁଟି ନେଇଥିଲେ । ଖାରବେଳ ନଗର ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଏହି ଲୁଟ୍ ହୋଇଥିଲା ।
ଗତକାଲି ଏହି ଲୁଟ୍ ହୋଇଥିବାବେଳେ ଆଜି ପୁଣି ଲୁଟ୍ କରିଛନ୍ତି ଲୁଟେରା। ଲଗାତର ଦୁଇ ଦିନ ଧରି ଲୁଟ୍ ପରେ ଲୁଟେରାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ଉପରେ ଗୁରୁତ୍ୱ ଦେଉଛି କମିଶନରରେଟ ପୋଲିସ । ଫୋରେନ୍ସିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି ।ଯଦି ଗତକାଲିର ଲୁଟ୍ ସହ ଆଜିର ଲୁଟେରାଙ୍କ ଫିଙ୍ଗରପ୍ରିଣ୍ଟ୍ ସମାନତା ଆସେ ତେବେ ଲୁଟ୍ ଘଟଣାରେ ପୋଲିସକୁ କିଛିଟା ଖିଅ ମିଳିପାରେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)