/odishatv-khabar/media/post_attachments/uploadimage/library/16_9/16_9_0/samerr_1626348018.jpg)
samerr
ଭୁବନେଶ୍ୱର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ କିପରି ହେବ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା। ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକଡାଉନ୍ ପରେ ଏବେ ଜିଲ୍ଲାପାଳଙ୍କ ପାଖରେ ରହିବ ସବୁ କ୍ଷମତା। ଜିଲ୍ଲାପାଳଙ୍କ ନିଷ୍ପତ୍ତି ପରେ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଗାମୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି।
Advertisment
ଯୁକ୍ତ ୨ ଖାତା ଦେଖା ଓ ଫଳ ପ୍ରକାଶରେ ଯେପରି ବାଧା ନ ଉପୁଜିବ ସେ ନେଇ କେନ୍ଦ୍ରକୁ ସପ୍ତାହନ୍ତ ସଟଡାଉନ କଟକଣାରୁ ବାହାରେ ରଖିବା ଲାଗି ଗତକାଲି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ଜୁନ୍ ୧ରୁ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହୋଇଛି। ଏହାସହ ମୂଲ୍ୟାୟନରେ ସଂପୃକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଯାତାୟତରେ ଯେପରି ବାଧା ସୃଷ୍ଟି ନ ହେବ ସେନେଇ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)