Advertisment

ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ !

ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ…

ଅଦ୍ୟତନ ହୋଇଛି
ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ !

Capture 4

Advertisment

ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କଣ୍ଟ୍ରୋଲ ରୁମ୍ ରହିଛି ।

Advertisment

publive-imageଏଥିପାଇଁ ବ୍ଲକର ଶିକ୍ଷକ ମାନଙ୍କୁ ଦିନକୁ ୪ଟି ସିଫ୍ଟରେ ପର୍ଯ୍ୟାୟ କ୍ରମେ ନିୟୋଜିତ କରାଯାଉଛି । ଏଥିପାଇଁ ଏକ ତାଲିକା ପ୍ରକାଶ କରାଯାଇଥିଲା । ଏଥିରେ ମେଦିନିକାନ୍ତ ମେହେର ନାମକ ଜଣେ ଶିକ୍ଷକଙ୍କୁ କଣ୍ଟ୍ରୋଲ ରୁମରେ ଡ୍ୟୁଟି ପାଇଁ ଚିଠି ହୋଇଥିଲା ।

publive-image

ଚଳିତ ମାସ ୨୮ ତାରିଖ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ଗୃହରେ କାମ କରିବେ ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଆଶ୍ଚର୍ଯ୍ୟର କଥା ସମ୍ପୃକ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ନାଁ କିପରି ଆସିଲା । ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଘଟଣା ଜଣାପଡିବା ପରେ ତରବରିଆ ଭାବେ ମୃତ ଶିକ୍ଷକ ମେଦିନିକାନ୍ତଙ୍କ ନାମ ଲିଷ୍ଟରୁ ବାହାର କରାଯାଇଛି ।

Advertisment
Odisha COVID-19 Nabarangpur Covid Duty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ