Advertisment

୨୭ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ କଲା ସିଏମ୍‌ସି

କଟକ: କଟକ ମହାନଗର ନିଗମ ଅଞ୍ଚଳ ୨୭ ନମ୍ବର ଓ୍ୱାର୍ଡର ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି ଏହି ପଦକ୍ଷେପ ନେଇଛି। ରାଉସାପାଟଣା ଅଞ୍ଚଳଟି ଜନବହୁଳ ହୋଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସାନିଟାଇଜ ମଧ୍ୟ ଆରମ୍ଭ କରିଛି । ଦକ୍ଷିଣ ପଟରେ ବିଦେଶୀ ମଦ ଦୋକାନ ସାମନାରେ ଥିବା […]

author-image
Mahasweta Baral
୨୭ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ କଲା ସିଏମ୍‌ସି

cutt

କଟକ: କଟକ ମହାନଗର ନିଗମ ଅଞ୍ଚଳ ୨୭ ନମ୍ବର ଓ୍ୱାର୍ଡର ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି ଏହି ପଦକ୍ଷେପ ନେଇଛି।

Advertisment

ରାଉସାପାଟଣା ଅଞ୍ଚଳଟି ଜନବହୁଳ ହୋଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍‌ସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସାନିଟାଇଜ ମଧ୍ୟ ଆରମ୍ଭ କରିଛି ।

ଦକ୍ଷିଣ ପଟରେ ବିଦେଶୀ ମଦ ଦୋକାନ ସାମନାରେ ଥିବା ଘନଶ୍ୟାମ ଦାସଙ୍କ ଘରଠାରୁ ଉତ୍ତରରେ ସାଇ କେୟାର ମେଡିକାଲର ପଛପଟେ ଥିବା ଅଞ୍ଚଳ ଓ ପୂର୍ବରେ ରସିକ ସେନଙ୍କ ଘରଠାରୁ ପଶ୍ଚିମରେ ସୋମନାଥ ମହାରଣାଙ୍କ ଘର ପର୍ଯ୍ୟନ୍ତ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

Advertisment

ଫଳରେ ଏହି ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏପରିକି କଣ୍ଟେନମେଣ୍ଟ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯାଳୟ ବନ୍ଦ ରହିବ ବୋଲି କୁହାଯାଇଛି।

ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪,୮୯୬ଜଣ ଚିକିତ୍ସାଧୀନ ଥିବାବେଳେ ୮,୭୫୦ ଜଣ ସୁସ୍ଥ ହୋଇଛନ୍ତି। ୭୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

Advertisment
Advertisment