/odishatv-khabar/media/post_attachments/uploadimage/library/16_9/16_9_0/milk-product_1624526951.jpg)
milk product
ଭୁବନେଶ୍ୱର: କରୋନା କାଳରେ ଦୁଗ୍ଧ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। ଏ ବାବଦରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ।
Advertisment
ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହାସହ ଲକଡାଉନ ଓ ସଟଡାଉନ ବେଳେ ଦୁଗ୍ଧ ଚାଷୀ ଉତ୍ପାଦନ ଜାରି ରଖିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ମହାମାରୀ ଯୋଗୁଁ ଅର୍ଥନୀତି ଦୋହଲି ଯାଇଥିବାବେଳେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି ବୋଲି ନବୀନ କହିଛନ୍ତି । କୋଭିଡ କଟକଣା ଯୋଗୁଁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଚାହିଦା ହ୍ରାସ ପାଇବା ସହ ଦୁଗ୍ଧ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି । ଏହାକୁ ନଜରରେ ରଖି ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଥିବା ନବୀନ କହିଛନ୍ତି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)