spread
Advertisment
ଭୁବନେଶ୍ୱର: କରୋନା ଭାଇରସ୍ ବ୍ୟାପିବାର ଏକମାତ୍ର ମାଧ୍ୟମ ହେଉଛି କଣ୍ଟାକ୍ଟ । ଯାହାକୁ ଓଡ଼ିଆରେ ଆମେ ସମ୍ପର୍କ ବୋଲି କହିଥାଉ। ସାଧାରଣତଃ ଯଦି କୌଣସି ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ବା ସମ୍ପର୍କରେ ଆସନ୍ତି, ତେବେ ସମ୍ପୃକ୍ତ ସୁସ୍ଥ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ କଣ୍ଟାକ୍ଟ ବା ସମ୍ପର୍କ ୩ ପ୍ରକାର ହୋଇଥାଏ।
Advertisment
କେଉଁମାନଙ୍କ କ୍ଷେତ୍ରରେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ ରହିଛି, ଆସନ୍ତୁ ସେହି ବିଷୟରେ ଜାଣିବା
- ସଂକ୍ରମିକ ବ୍ୟକ୍ତି ସହ ଯେଉଁ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ରହୁଥିବା ଘରେ ରହିଥିବେ, ତାଙ୍କଠାରେ ଏହି ଭାଇରସ୍ ବ୍ୟାପିବା ସମ୍ଭାବନା ଅଧିକ ଥାଏ।
- ଚିକିତ୍ସା ବେଳେ ସଂକ୍ରମିତଙ୍କ ଲାଳ ଓ କଫ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ଚିକିତ୍ସା ବେଳେ ତ୍ରୁଟିପୂର୍ଣ୍ଣ PPE ବ୍ୟବହାର କରିଥିବା ବ୍ୟକ୍ତି ବି କଣ୍ଟାକ୍ଟରେ ଆସିଲେ ସଂକ୍ରମଣ ହେବା ସମ୍ଭାବନା ଅଧିକ ଥାଏ।
- ସେହିପରି ସଂକ୍ରମିତ ବ୍ୟକ୍ତି ସହ ରୁଦ୍ଧ କୋଠରୀରେ ୧ ମିଟରରୁ କମ୍ ଦୂରରେ ରହିଥିବେ ସେମାନେ ତୃତୀୟ କଣ୍ଟାଣ୍ଟ ଏବଂ ସେମାନଙ୍କଠାରେ ମଧ୍ୟ ସଂକ୍ରମଣର ହେବାର ସମ୍ଭାବନା ଥାଏ। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/spread_1626239938.jpg)