Advertisment

ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର

ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି। ନାବାଳକର ମୃତ୍ୟୁର […]

author-image
Mahasweta Baral
ଅଦ୍ୟତନ ହୋଇଛି
ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର

jaypur

ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି ।

Advertisment

କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି।

ନାବାଳକର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶିଶୁ ସଦନରେ ଏହା ଦ୍ୱିତୀୟ  ଘଟଣା।  ଗତ  ବର୍ଷ ସେପଟେମ୍ବର ୧୮ ତାରିଖରେ ଏହି ଶିଶୁ ସଦନରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିଲେ।

Advertisment
Advertisment
Advertisment