/odishatv-khabar/media/post_attachments/uploadimage/library/16_9/16_9_0/Capture-4_1622802193.jpg)
Bijaya sahoo
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏହାପରେ ତାଙ୍କ ମର ଶରୀରକୁ ବାରଙ୍ଗରେ ଥିବା ସାଇ ରେସିଡେନ୍ସିଆଲ ସ୍କୁଲ, ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯାଇଛି । ସେଠାରୁ ଶାସ୍ତ୍ରୀ ନଗର ଅଣାଯାଇ ନିଜ ବାସଭବନରେ କିଛି ସମୟ ପାଇଁ ରଖାଯିବ । ପରିବାର ଲୋକ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ କୋଭିଡ ନିୟମ ଅନୁସାରେ ହେବ ଶେଷକୃତ୍ୟ କରାଯିବ । ତେବେ ତାଙ୍କୁ ରାଜ୍ୟ ସମ୍ମାନ ପ୍ରଦାନ କରାଯିବ । କୋଭିଡରୁ ଭଲ ହେବା ପରେ ଫୁସଫୁସ ଜନିତ ରୋଗର ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ହେଉଛନ୍ତି ବିଜୟ ସାହୁ । ଏହାସହ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ମଧ୍ୟ ଥିଲେ । କରୋନା ପରବର୍ତ୍ତୀ ଜଟିଳତା ନେଇ କିଛି ଦିନ ହେବ ସେ ଗୁରୁତର ଥିଲେ । ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଥିଲେ ।
ବିଜୟ ସାହୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବିଜୟଙ୍କ ବିୟୋଗ ଖବର ନେଇ ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷା କ୍ଷେତ୍ରରେ ଦିଂବଗତ ବିଜୟ ସାହୁଙ୍କ ଅବଦାନକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟ ସାହୁଙ୍କ ଅକାଳ ବିୟୋଗ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଓଡ଼ିଶାରେ ବିଶ୍ୱସ୍ତରୀୟ ସ୍କୁଲ କରି ବିଜୟ ସାହୁ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ବୋଲି ବୈଜୟନ୍ତ ଟ୍ୱିଟ୍ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)