/odishatv-khabar/media/post_attachments/uploadimage/library/16_9/16_9_0/Untitled-1-copy_1625505437.jpg)
Untitled-1 copy
ଗଞ୍ଜାମ: ଓଡିଶାରେ ମନରେଗା କାମରେ ଦୁର୍ନୀତି ନେଇ ବିଜେପିର ଅଭିଯୋଗ। ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସଠିକ ଭାବେ କାମ ମିଳୁନାହିଁ। ଶ୍ରମିକମାନଙ୍କ ବଦଳରେ ରାତି ଅଧିଆ ଜେସିବି ଓ ଟ୍ରାର ଲଗାଇ ଶ୍ରମିକଙ୍କ ଅର୍ଥ ବାଟମାରଣ ହେଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣି ଭିଡିଓ ଫୁଟେଜ୍ ମାଧ୍ୟମରେ ତଥ୍ୟ ପ୍ରମାଣ ଦେଇଛି ବିଜେପି।
ଏପରିକି ମୃତ ବ୍ୟକ୍ତି, ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଲୋକ ଏବଂ ସ୍କୁଲ ଶିକ୍ଷକଙ୍କ ନାଁରେ ମଧ୍ୟ ଟଙ୍କା ହଡ଼ପ କରୁଥିବା ବିଜେପି ଅଭିଯୋଗ ଆଣିଛି। ଗଂଜାମ ଜିଲ୍ଲା ଖଲ୍ଲିକୋଟର ବକୁଟା ପଞ୍ଚାୟତରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ବ୍ଲକ ଅଧିକାରୀ, ଠିକାଦାର ଓ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ମଧ୍ୟ କହିଛି।
ଯଦି ରାଜ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ନ ନିଅନ୍ତି, ଆଗାମୀ ଦିନରେ ସବୁ ବ୍ଲକ ଆଗରେ ଧାରଣା ଦେବ ବୋଲି କହିଛି ବିଜେପି। ତେବେ ବିଜେପିର ଅଭିଯୋଗ ନେଇ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)