Capture 10
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ପୀଡ଼ିତା ଡାକ୍ତର ଓ ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ । ଆଜି ଡକ୍ଟର୍ସ ଡେ’ରେ ପୀଡ଼ିତା ଡାକ୍ତରଙ୍କୁ ଭେଟି ବିଜେପି ସମବେଦନା ଜଣାଇଛି । ଏହାସହ ବିଜେପି ପ୍ରତିନିଧି ଦଳ ସ୍ଥାନୀୟ ଡିଏସ୍ପିଙ୍କୁ ଭେଟି ଦୋଷୀ ବିରୋଧରେ ଯେମିତି କଠୋର ଦଣ୍ଡ ବିଧାନ ହେବ ସେନେଇ ପଦକ୍ଷେପ ନେବାକୁ କହିଛି । ଏହାସହ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ । କଂଗ୍ରେସ ମଧ୍ୟ ପୀଡ଼ିତାଙ୍କୁ ସମବେଦନା ଜଣାଇବା ସହ ସୁରକ୍ଷା ଦେବାକୁ ଦାବି କରିଛି ।
ଛେଣ୍ଡିପଦା ଅଞ୍ଚଳର ଜଣେ ହୋଟେଲ ମାଲିକଙ୍କ ପୁଅ ସୁକାନ୍ତ କୁମାର ବେହେରା ଗତ ୨୯ ତାରିଖରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିସାରିଛି । ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ସୋମବାର ରାତିରେ ସମ୍ପୃକ୍ତ ଯୁବକ ମହିଳା ଡାକ୍ତରଙ୍କ ବାସଭବନକୁ ଖାଇବା ପାର୍ସଲ ନେଇ ଯାଇଥିଲେ । ସେଠାରେ ଯୁବକ ଜଣକ ମହିଳା ଡାକ୍ତରଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ହଠାତ୍ ଡାକ୍ତରରାଣୀଙ୍କ ୨ ଭାଇ ଘରେ ପହଞ୍ଚିବାରୁ ଉକ୍ତ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-10_1625466039.jpg)