/odishatv-khabar/media/post_attachments/uploadimage/library/16_9/16_9_0/death-2_1626698346.jpg)
death
ବାଲିଗୁଡ଼ା: କଣ୍ଟେନ୍ମେଣ୍ଟ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁ ଭିତରକୁ ଆସିପାରିଲା ନାହିଁ ଆମ୍ଭୁଲାନ୍ସ। ଏନେଇ ୭ବର୍ଷର ପୁଅ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏମିତିକି ପିଲାଟିର ଶବ ଆଣିବା ପାଇଁ ଆମ୍ୱୁଲାନ୍ସ କି ମହାପ୍ରୟାଣ ଗାଡ଼ି ମଧ୍ୟ ମିଳିଲାନାହିଁ। ତେବେ ପରିବାର ଲୋକେ ପିଲାଟିର ଶବକୁ ବାଇକ୍ ଯୋଗେ ଘରକୁ ନେଇଥିଲେ। ଏଭଳି ଅଭାବନୀୟ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ।
ଖବର ଅନୁଯାୟୀ, ଗତକାଲି ସୁଗଡ଼ବାଡ଼ି ଗାଁର ୭ବର୍ଷର ବାଳକ ବାଲୁଙ୍କେଶ୍ୱର ଅସୁସ୍ଥ ହୋଇପଡ଼ିବାରୁ ଆମ୍ୱୁଲାନ୍ସକୁ ଡକା ଯାଇଥିଲା। ହେଲେ ଗାଁ ଠାରୁ ୪କିମି ଦୂର ପାଟୁଳି ଠାରେ ବ୍ଲକ ପ୍ରଶାସନ ତରଫରୁ କଣ୍ଟେନ୍ମେଣ୍ଟ ପାଇଁ ରାସ୍ତା ବନ୍ଦ କରାଯାଇଥିଲା। ତେଣୁ ଆମ୍ୱୁଲାନ୍ସଟି ସେଠାରେ ଅଟକି ରହିଥିଲା। ପରେ ପରିବାର ଲୋକେ ପୁଅକୁ ଧରି ପାଖାପାଖି ୪କିମି ଚାଲି ଚାଲି ଯାଇ ଆମ୍ୱୁଲାନ୍ସ ନିକଟରେ ପହଞ୍ଚଥିଲେ।
ଏହାପରେ ତାକୁ ରାଇକିଆ ହସ୍ପଟିଲାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଥିବା ଡାକ୍ତର ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଫୁଲବାଣୀ ହସ୍ପିଟାଲକୁ ରେଫର୍ କରିଥିଲେ। କିଛି ସମୟ ପରେ ପିଲାଟିର ମୃତ୍ୟୁ ଘଟିଲା। ମୃତ୍ୟୁ ପରେ ବି ପିଲାଟିର ଶବକୁ ନେବା ଲାଗି ଆମ୍ୱୁଲାନ୍ସ କି ମହାପ୍ରୟାଣ ଗାଡ଼ି ମଧ୍ୟ ମିଳିଲାନାହିଁ। କିଛି ନମିଳିବାରୁ ପରିବାର ଲୋକେ ବାଇକ୍ ଯୋଗେ ମୃତ ପୁଅକୁ ନେଇ ଘରକୁ ଫେରିଥିଲେ।
ସ୍ଥାନୀୟ ପ୍ରଶାସନ ରାସ୍ତା ବନ୍ଦ କରିବା ଯୋଗୁ ପିଲାଟିର ମୃତ ଘଟିଛି ବୋଲି ପରିବାର ଲୋକେ ଅଭଯୋଗ କରିଛନ୍ତି। ପିଲାଟିର ବାପାଙ୍କ କହିବା ଅନୁଯାୟୀ, ରାସ୍ତା ବନ୍ଦ ନଥିଲେ ଠିକ୍ ସମୟରେ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସିପାରିଥାନ୍ତା।
ଅନ୍ୟପକ୍ଷରେ ପିଲାଟିର ମୃତ ଦେହକୁ ଆଣିବା ପାଇଁ ମହାପ୍ରୟାଣ ନ ମିଳିବା ଘଟଣା ନେଇ ଡାକ୍ତରଖାନା ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)