Advertisment

ଶ୍ରମିକଙ୍କ ମୃତଦେହକୁ ଗାଁରେ ପଶିବାକୁ ଦେଲା ନାହିଁ ପ୍ରଶାସନ

ମାଲକାନାଗିରି: ପେଟପଟଣା ପାଇଁ  ମୂଲ ଲାଗିବାକୁ ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ମୃତଦେହ ହୋଇ ଫେରିଲା ଘରକୁ।  ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିବା ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣାଯାଉଥିଲା। ତେବେ ମୋଟୁ ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଆମ୍ବୁଲାନ୍ସଟି ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ମୃତକଙ୍କ ଗାଁରେ ପହଞ୍ଚିଥିଲା। ମୃତକ ହେଲେ ବାସୁଦେବ କୁରାମୀ। ଦଶଦିନ ତଳେ […]

author-image
Mahasweta Baral
ଶ୍ରମିକଙ୍କ ମୃତଦେହକୁ ଗାଁରେ ପଶିବାକୁ ଦେଲା ନାହିଁ ପ୍ରଶାସନ

DEADBODY

ମାଲକାନାଗିରି: ପେଟପଟଣା ପାଇଁ  ମୂଲ ଲାଗିବାକୁ ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ମୃତଦେହ ହୋଇ ଫେରିଲା ଘରକୁ।  ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିବା ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣାଯାଉଥିଲା। ତେବେ ମୋଟୁ ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି।

Advertisment

ଖବର ଅନୁଯାୟୀ, ଆମ୍ବୁଲାନ୍ସଟି ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ମୃତକଙ୍କ ଗାଁରେ ପହଞ୍ଚିଥିଲା। ମୃତକ ହେଲେ ବାସୁଦେବ କୁରାମୀ। ଦଶଦିନ ତଳେ ସେ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ତେଲେଙ୍ଗାନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଇବା ପରେ ଘରକୁ ଫେରାଇ ନେବାକୁ ପୋଲିସକୁ ଅନୁମତି ମାଗିଥିଲେ। ତେବେ ସେଠାରେ ଅସୁସ୍ଥ ବାସୁଦେବଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହାପରେ ଆମ୍ବୁଲାନ୍ସରେ ମୃତଦେହ ଆଣିବା ବେଳେ ମୋଟୁ ସୀମାରେ ପ୍ରବେଶ ଅନୁମତି ମିଳିନଥିବା ଅଭିଯୋଗ ହୋଇଛି। ପ୍ରଶାସନ ଶ୍ରମିକଙ୍କ ମୃତଦେହକୁ ଅସମ୍ମାନ କରିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment
Advertisment