Advertisment

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ବ୍ରହ୍ମପୁର:(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଲମ୍ବା ଧାଡ଼ିରେ ଆସି ଲୋକେ ମା’ଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପା ଅର୍ଥାତ ଦେଶୀ ବେହେରା ମା’ଙ୍କ ମନ୍ଦିରକୁ ଯାଇ ଡାକରା ଦେଇଥିଲେ। ଏହାପରେ ରାତିରେ ବାଜା ବାଜଣା, ଢ଼ୋଲ, ତୁରୀ ପଟୁଆର ସହ ଖତ୍ରୀ, ପୀଠା, ପଣା ସହ ଭକ୍ତଗଣ ମା’ଙ୍କୁ ପୂଜା କରିଥିଲେ। ତେବେ […]

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

bam

Advertisment

ବ୍ରହ୍ମପୁର:(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଲମ୍ବା ଧାଡ଼ିରେ ଆସି ଲୋକେ ମା’ଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି।

Advertisment

ପରମ୍ପରା ଅନୁଯାୟୀ ଗତକାଲି ବାପା ଅର୍ଥାତ ଦେଶୀ ବେହେରା ମା’ଙ୍କ ମନ୍ଦିରକୁ ଯାଇ ଡାକରା ଦେଇଥିଲେ। ଏହାପରେ ରାତିରେ ବାଜା ବାଜଣା, ଢ଼ୋଲ, ତୁରୀ ପଟୁଆର ସହ ଖତ୍ରୀ, ପୀଠା, ପଣା ସହ ଭକ୍ତଗଣ ମା’ଙ୍କୁ ପୂଜା କରିଥିଲେ। ତେବେ ମା’ଙ୍କ ମୁଣ୍ଡରୁ ଫୁଲ ଦେଶୀ ବେହେରାଙ୍କ ହାତରେ ଖସି ପଡ଼ିବା ପରେ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଥିଲା ।

ମା’ଙ୍କ ଆଜ୍ଞା ମାଳ ଓ ଘଟକୁ ଧରି ଏକ ବିରାଟ ଶୋଭାଯାତ୍ରାରେ ବାପା ଘରକୁ ଅଣାଯାଇଥିଲା। ଏହାପରେ ମା’ଙ୍କ ଘଟକୁ ଅସ୍ଥାୟୀ ପୀଠରେ ରଖାଯାଇଥିଲା। ପ୍ରତି ଦୁଇ ବର୍ଷରେ ଥରେ ବ୍ରହ୍ମପୁରରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥାଏ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ