Advertisment

ସରାଙ୍ଗ ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

କାମାକ୍ଷାନଗର (ବିଦ୍ୟାଧର ବରାଳ ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜି (ଆଇଜିଆଇଟି) କଲେଜ ପରିସର ରଣକ୍ଷେତ୍ରରେ ପରିଣତ ହୋଇଛି। ୨ ଗୋଷ୍ଠୀ  ଛାତ୍ରଙ୍କ ମଧ୍ୟରେ  ଅଶାନ୍ତି ଲାଗି ରହିଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି।  ପୁଲିସ୍‌ ଗୋଟିଏ ଗୋଷ୍ଠୀର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଗୋଷ୍ଠୀର କାହାକୁ ଅଟକ ରଖି ନ ଥିବାରୁ ଛାତ୍ର ଅସନ୍ତୋଷ ଧିରେ ଧିରେ କୁହୁଳିବାରେ ଲାଗିଛି। […]

author-image
Pradesh Pratyush
ସରାଙ୍ଗ ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

dispute

କାମାକ୍ଷାନଗର (ବିଦ୍ୟାଧର ବରାଳ ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜି (ଆଇଜିଆଇଟି) କଲେଜ ପରିସର ରଣକ୍ଷେତ୍ରରେ ପରିଣତ ହୋଇଛି। ୨ ଗୋଷ୍ଠୀ  ଛାତ୍ରଙ୍କ ମଧ୍ୟରେ  ଅଶାନ୍ତି ଲାଗି ରହିଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି।  ପୁଲିସ୍‌ ଗୋଟିଏ ଗୋଷ୍ଠୀର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଗୋଷ୍ଠୀର କାହାକୁ ଅଟକ ରଖି ନ ଥିବାରୁ ଛାତ୍ର ଅସନ୍ତୋଷ ଧିରେ ଧିରେ କୁହୁଳିବାରେ ଲାଗିଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି କଲେଜ ପରିସରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Advertisment

ସୂଚନାଯୋଗ୍ୟ ଯେ, ଆଇଜିଆଇଟି କଲେଜର ବି-ଟେକ୍ ଶେଷ ବର୍ଷର ଛାତ୍ର ଓ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା।  ପରେ ଏହା ମାରପିଟରେ ପରିଣତ ହୋଇ  ଉଗ୍ର ରୂପ ଧାରଣ କରିଥିଲା।  ଉଭୟ ପକ୍ଷ ମଧ୍ୟରେ ବୁଝାସୁଝା ଲାଗି ଚେଷ୍ଟା ଚାଲିଥିଲେ ମଧ୍ୟ ତାହା ବିଫଳ ହେବାରୁ ପରିସ୍ଥିତି ଏବେ ଅଣାୟତ୍ତ ହେବାକୁ ଲାଗିଛି।

Advertisment
Advertisment