/odishatv-khabar/media/post_attachments/uploadimage/library/16_9/16_9_0/heat-wave-4_1626254103.jpg)
heat-wave
- ଆଜି ବି ସାରା ରାଜ୍ୟରେ ପ୍ରଚଣ୍ଡ ଗରମ
- ତତଲା ତାଓ୍ୱାରେ ଭାଜି ହେଉଛି ସାରା ରାଜ୍ୟ
- ଦିନ ୧୦ଟା ପରେ ଘରୁ ବାହାରିବା କଷ୍ଟକର
- ଆସନ୍ତା ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ତେଣେ ପାଣିପାଗ ବିଭାଗ ପୁଣି ଆସନ୍ତା ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି କଲାଣି ଅରେଞ୍ଜ ଓ୍ୱାର୍ଣ୍ଣିଂ। ତେବେ ଗତକାଲି ଆକସ୍ମିକ ଭାବେ ବାରିପଦାରେ ମାର୍ଚ୍ଚ ମାସର ତାପମାତ୍ରା ୪୪ ଡିଗ୍ରୀ ପାର କରିବା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ତାତିରେ ଆଉଟୁପାଉଟୁ ଅଞ୍ଚଳବାସୀ। ଶିମିଳିପାଳର ବେକାବୁ ଜଙ୍ଗଲ ନିଆଁକୁ ଏଥିପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।
ବଲାଙ୍ଗିରରୁ ବାଲେଶ୍ୱର,ସବୁଠି ସ୍ଥିତି ଏମିତି ଯେ, ଦିନ ୧୦ଟା ପରେ ପରେ ଘରୁ ବାହାରିଲେ ଖରାରେ ମୁଣ୍ଡକାନ ଝାଇଁ ମାରି ଯାଉଛି। ଏଣେ ପାଣିପାଗ ବିଭାଗ କହୁଛି ହଠାତ୍ ତାତିରୁ ତ୍ରାହି ମିଳିବନି। ଆସନ୍ତା ୨୪ ଘଣ୍ଟାରେ ପାରଦ ଆହୁରି ୪ ଡିଗ୍ରୀ ବଢିବା ଆଶଙ୍କା ରହିଛି। ଏଥିପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖବାକୁ ପରାମର୍ଶ ଦିଆଯାଇଛି। ତେବେ ୨ ତାରିଖରୁ ତାତି ସାମାନ୍ୟ କମିବ। କାରଣ ସେବେଠୁ ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆକାଶରୁ ଖସୁଛି ନିଆଁ ଝୁଲ
ପ୍ରଚଣ୍ଡ ରୌଦ୍ରରେ ଜୀବନ କଲବଲ
ପଶ୍ଚିମରୁ ଉପକୂଳ, ଉତ୍ତରରୁ ଆଭ୍ୟନ୍ତରୀଣ ସବୁଠି ଦାଉ ସାଧୁଛି ଖରା
ତତଲା ତାଓ୍ୱାରେ ଭାଜି ହେଉଛି ସାରା ରାଜ୍ୟ
ପ୍ରଚଣ୍ଡ ତାତି ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଆଉଟୁ ପାଉଟୁ କରୁଥିବା ବେଳେ ଗତକାଲି ଆକସ୍ମିକ ଭାବେ ୪୪.୬ ଡିଗ୍ରୀ ସହ ବାରିପଦା ଥିଲା ଉଭୟ ରାଜ୍ୟ ଓ ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ। ତାତିରେ ପ୍ରଥମ ଥର ବାରିପଦାରେ ଏଭଳି ରେକର୍ଡ ପାଇଁ ସ୍ଥାନୀୟ ଲୋକେ ଜଳୁଥିବା ଶିମିଳିପାଳ ଅଭୟାରଣ୍ୟକୁ ଦାୟୀ କରିଛନ୍ତି। ପାଖାପାଖି ମାସେରୁ ଅଧିକ ସମୟ ଧରି ସେଠି ଲାଗିଥିବା ନିଆଁ କାବୁକୁ ଆସିନାହିଁ। ଡୁକୁରା ରେଞ୍ଜର ମାଣିକପୁର ଓ ବାଲମା ଜଙ୍ଗଲ ସହ ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଅନ୍ତର୍ଗତ ୪୭ଟି ପଏଣ୍ଟରେ ନିଆଁ ଜଳୁଥିବା ସ୍ଥାନୀୟ ଆରସିପିଏଫ୍ କହିଛନ୍ତି। ଗୋଟିଏ ପଟେ ପ୍ରଚଣ୍ଡ ଖରା ତ ଅନ୍ୟପଟେ ଜଙ୍ଗଲ ନିଆଁ ଧାସ ସାଙ୍ଗକୁ ଓ ଧୂଆଁରେ ଯେମିତି ଅଣନିଶ୍ୱାସୀ ହୋଇ ଗଲେଣି ସ୍ଥାନୀୟ ଲୋକେ। ତେବେ କେବେ ଖରା ଦାଉରୁ ରକ୍ଷା ପାଉଛନ୍ତି ଲୋକେ ତାହା ଦେଖିବାକଉ ବାକି ରହିଲା।
#ସିଝୁଛି_ସାରା_ରାଜ୍ୟ
ରାଜ୍ୟରେ ପ୍ରଚଣ୍ଡ ଗରମ। ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ। ଆସନ୍ତା ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ଓ୍ୱାର୍ଣ୍ଣିଂ। ଗତକାଲି ବାରିପଦାରେ ମାର୍ଚ୍ଚ ମାସର ତାପମାତ୍ରା ୪୪ ଡିଗ୍ରୀ ପାର କରିବା ପରେ ଲୋକେ ଆତଙ୍କିତ #HeatWave#Weather#Temperature#Odisha#OTVpic.twitter.com/RKnJsPXo3k— ଓଟିଭି (@otvkhabar) March 31, 2021
ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ, ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର, ବାରିପଦାରୁ ମାଣିକଲାଲ ପାଣି ଓ ଉଦଳାରୁ ମାନସ ପାଣି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)