Advertisment

କରୋନା ଛଡ଼ାଇ ନେଲା ଜୀବିକା: ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ

ଭୁବନେଶ୍ୱର:  ମହାମାରୀ କରୋନା କାହାର ରୋଜଗାର ଉଜାଡ଼ି ଦେଇଛି, କାହାକୁ କରିଦେଇଛି ଦାଣ୍ଡର ଭିକାରୀ। କିଏ ଚାକିରୀ ଛାଡ଼ି ରାସ୍ତାକଡରେ ଦୋକାନ ଖୋଲୁଛି ତ କିଏ ଚାଷ ଜମିରେ ଖୋଜୁଛି ଜୀବନ ଜୀବିକା।  କେଉଁ ଗାଁ ଗହଳି କଥା ଛାଡ,  ରାଜଧାନୀର…

author-image
Minati Mishra
ଅଦ୍ୟତନ ହୋଇଛି
କରୋନା ଛଡ଼ାଇ ନେଲା ଜୀବିକା: ଶିକ୍ଷୟିତ୍ରୀ ପାଲଟିଲେ ସଫେଇ କର୍ମଚାରୀ

teacher

ଭୁବନେଶ୍ୱର:  ମହାମାରୀ କରୋନା କାହାର ରୋଜଗାର ଉଜାଡ଼ି ଦେଇଛି, କାହାକୁ କରିଦେଇଛି ଦାଣ୍ଡର ଭିକାରୀ। କିଏ ଚାକିରୀ ଛାଡ଼ି ରାସ୍ତାକଡରେ ଦୋକାନ ଖୋଲୁଛି ତ କିଏ ଚାଷ ଜମିରେ ଖୋଜୁଛି ଜୀବନ ଜୀବିକା।  କେଉଁ ଗାଁ ଗହଳି କଥା ଛାଡ,  ରାଜଧାନୀର ଛାତି ଉପରେ ବି ଦେଖିବାକୁ ମିଳିଛି ଏପରି ଦୁର୍ଦ୍ଦଶା।   ଭୁବନେଶ୍ୱରରେ ଜଣେ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ଏବେ ଘର ଘର ବୁଲି ଉଠାଉଛନ୍ତି ଅଳିଆ ଆବର୍ଜନା । କୁନି କୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ଯାହାର ସ୍ୱପ୍ନ ଥିଲା, ସେ ଏବେ ନିଜ ଭବିଷ୍ୟତକୁ ନେଇ ପଡିଛନ୍ତି ଚିନ୍ତାରେ।

Advertisment

ନିୟତି ଓ ପରିସ୍ଥିତି ମଣିଷକୁ ଯେକୌଣସି କାମ କରିବାକୁ ବାଧ୍ୟ କରିପାରେ..ଏହାର ସଦ୍ୟ ଉଦହାରଣ ହେଉଛି  ସ୍ମୃତିରେଖା ବେହେରା । ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ଶାଶୂ, ଶ୍ୱଶୁର, ସ୍ୱାମୀ ଓ ଦୁଇ ଝିଅଙ୍କ ସହ ରୁହନ୍ତି ସ୍ମୃତିରେଖା। ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ସହ କମ୍ପ୍ୟୁଟର କୋର୍ସ ପରେ ନର୍ସରୀ ଏବଂ ପ୍ଲେ ସ୍କୁଲ୍ରେ କୁନି କୁନି ପିଲାଙ୍କୁ ପାଠ ପଢ଼ାଉଥିଲେ । ଗଲା ବର୍ଷ ମହାମାରୀ ଆସିବା ପରେ ସ୍କୁଲ୍ ବନ୍ଦ ହୋଇଗଲା। ସ୍ମୃତିରେଖାଙ୍କ ପାଠ ପଢାଇବାରେ ବି ଡୋରି ବନ୍ଧା ହେଲା।  ରୋଜଗାର ବି ଠପ୍ ହୋଇଗଲା । ଏବେ ପରିବାର ପ୍ରତିପୋଷଣ ପାଇଁ ଅଳିଆ ଗାଡି ଚଳାଉଛନ୍ତି ସ୍ମୃତି ।

ବିଏମସିର ମୁଁ ସଫେଇବାଲା ଗାଡି ଚଳାଇ ଘର ଘର ବୁଲି ଅଳିଆ ସାଉଁଟୁଛନ୍ତି । ପୂର୍ବରୁ ସଉକ୍ ପାଇଁ ଗାଡି ଶିଖିଥିବା ସ୍ମୃତିରେଖାଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି। ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ପାଠ ପଢ଼ାଇବା ପରେ ଏଭଳି କାମ କରି ମଧ୍ୟ ମନରେ କୌଣସି ତୁଚ୍ଛ ଭାବନା ନଥିବା ସେ କୁହନ୍ତି।

Advertisment

‘ମହାମାରୀ ପୂର୍ବର ଜୀବନ ଥିଲା ସମ୍ପୂର୍ଣ୍ଣ ଅଲଗା। ସ୍ୱାମୀ ଏକ ଗାଡି ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ।  ବେଶ୍ ଦି ପଇସା ରୋଜଗାର କରୁଥିଲେ। ଦୀର୍ଘ ଦିନ ଧରି ସେଥିରେ ତାଲା ବନ୍ଦ ଥିବାରୁ ଏବେ ରୋଜଗାର ଶୁନ। ଏଭଳି ସ୍ଥିତିରେ ସ୍ତ୍ରୀଙ୍କ ରୋଜଗାର ପୂରା ପରିବାରକୁ ସାହାଯ୍ୟ କରିଥିବା ସ୍ମୃତିରେଖାଙ୍କ ସ୍ୱାମୀ ବାସୁଦେବ ବେହେରା କହିଛନ୍ତି।

ଦିନେ କୋମଳମତି ଶିଶୁଙ୍କ ଭାଗ୍ୟ ଗଢୁଥିବା ସ୍ମୃତିରେଖାନିଜ ଭାଗ୍ୟ ଖୋଜୁଛନ୍ତି ଏଇ ଅଳିଆଗାଡ଼ି ଭିତରେ। ପରିସ୍ଥିତି ତାଙ୍କୁ ଆଜି ଶିକ୍ଷକରୁ ସଜେଇ ଦେଇଛି ଜଣେ ସଫେଇ କର୍ମଚାରୀ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
Advertisment