BJD
ଭୁବନେଶ୍ୱର: ରାଜ୍ୟରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ମୁମ୍ବାଇ ମିରରକୁ ଦେଇଥିବା ସାକ୍ଷାତକାରରେ ସେ ଏଭଳି କହିଛନ୍ତି।
କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏଭଳି ସ୍ଥିତି ବୋଲି ସେ କହିଛନ୍ତି। ଏହାଛଡ଼ା ରାଜନୀତିରୁ ବୟସ୍କ ଲୋକ ବିଦାୟ ନେବା ଉଚିତ ବୋଲି ମଧ୍ୟ ସେ ମତ ଦେଇଛନ୍ତି।
ନବୀନ ପଟ୍ଟନାୟକ ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୋଦି ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଆଉ କେତେ ଥର ହେବାକୁ ସେ ଚାହୁଁଛନ୍ତି ବୋଲି ତଥାଗତ ପ୍ରଶ୍ନ କରିଛନ୍ତି। ଏମାନେ ଯୁବପୀଢ଼ିଙ୍କ ପାଇଁ ରାସ୍ତା ଛାଡ଼ିବା ଉଚିତ, କାରଣ ୨୦୨୦ ସୁଦ୍ଧା ଦେଶରେ ୩୫ ବର୍ଷରୁ କମ୍ ଯୁବପୀଢ଼ିଙ୍କ ସଂଖ୍ୟା ୮୦ ପ୍ରତିଶତ ହୋଇଯିବ।
ଏହି ପ୍ରସଙ୍ଗରେ ବିଜେଡି ସାଂସଦ ତଥାଗତ ସତପଥୀଙ୍କ ସହ OTV ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ମୁମ୍ବାଇ ମିରରକୁ କହିବାର ଉଦ୍ଦେଶ୍ୟ ଥିଲା କେବଳ ଓଡ଼ିଶା ନୁହେଁ, ଦେଶ ଓ ଅନ୍ୟ ରାଜ୍ୟରେ ବି ଗଣମାଧ୍ୟମ ବ୍ୟାପାରରେ ସରକାର ହସ୍ତକ୍ଷେପ କରୁଛନ୍ତି।
ସେହିପରି ବୟସ୍କ ନେତା ଅବସର ନେବା ପ୍ରସଙ୍ଗରେ ସେ କହିଛନ୍ତି, ପୂର୍ବରୁ ମଧ୍ୟ ମୁଁ ଅନୁରୂପ ମନ୍ତବ୍ୟ ଦେଇସାରିଛି। ମନ୍ତ୍ରୀ ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ସାଂସଦ ହୁଅନ୍ତୁ। ଯେଉଁମାନେ ଏକାଧିକ ବାର କ୍ଷମତାରେ ରହିଲେଣି ଓ ବୟସ୍କ ହେଲଣି ସେମାନେ ଯୁବପୀଢିଙ୍କୁ ବାଟ ଛାଡ଼ିବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJD-123_1626757463.jpg)