Advertisment

ରାଜ୍ୟ ସରକାର ବାତ୍ୟା ପରବର୍ତ୍ତୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ: ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁଃନରୁଦ୍ଧାର କାମରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି ଫୋନିରେ ବାସ୍ତବ କ୍ଷୟକ୍ଷତି ଆକଳନ ହେଉଥିବା ପରିମାଣଠୁ ଯଥେଷ୍ଟ ଅଧିକ। ତେଣୁ କେନ୍ଦ୍ର ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ। ଅନ୍ୟପଟେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ନିକଟରେ ଦାବି କରିବା ସହ ଚିଠି ଲେଖିବା ଦରକାର ବୋଲି […]

author-image
Mihir Pattnayak
ରାଜ୍ୟ ସରକାର ବାତ୍ୟା ପରବର୍ତ୍ତୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ: ନରସିଂହ

no

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁଃନରୁଦ୍ଧାର କାମରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

Advertisment

ନରସିଂହ କହିଛନ୍ତି ଫୋନିରେ ବାସ୍ତବ କ୍ଷୟକ୍ଷତି ଆକଳନ ହେଉଥିବା ପରିମାଣଠୁ ଯଥେଷ୍ଟ ଅଧିକ। ତେଣୁ କେନ୍ଦ୍ର ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ। ଅନ୍ୟପଟେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ନିକଟରେ ଦାବି କରିବା ସହ ଚିଠି ଲେଖିବା ଦରକାର ବୋଲି ନରସିଂହ କହିଛନ୍ତି ।

ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନକୁ ଏଯାଏଁ ବିଜୁଳି ସଂଯୋଗ ହୋଇ ନ ଥିବା ସେ ଅଭିଯୋଗ କରିଛନ୍ତି। ତେବେ ନରସିଂହଙ୍କ ଅଭିଯୋଗ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Left Top
Advertisment
Advertisment