Advertisment

ତାରା ଦତ୍ତଙ୍କ ବହିକୁ ନେଇ ହଇଚଇ

ଭୁବନେଶ୍ୱର : ଓଡିଶା ସରକାର କେମିତି ଚାଲିଛି ? ସରକାରୀ କଳ ଭିତରେ କଣ ସବୁ ଚାଲେ? ନିଜ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ ରେ ଏହାର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ ସ୍ୱଚ୍ଛ ?  ବାହାରକୁ ନିର୍ମଳ ଦେଖାଯାଉଥିବା ପ୍ରଶାସନିକ ବ୍ୟବସ୍ଥା ଭିତରେ କେମିତି ଦୁର୍ନୀତିର ଉଇ ଚରିଗଲାଣି ? ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଦୁର୍ନୀତିରେ କେମିତି ଟାକ୍ସଫୋର୍ସ […]

author-image
Pradesh Pratyush
ତାରା ଦତ୍ତଙ୍କ ବହିକୁ ନେଇ ହଇଚଇ

tara

ଭୁବନେଶ୍ୱର : ଓଡିଶା ସରକାର କେମିତି ଚାଲିଛି ? ସରକାରୀ କଳ ଭିତରେ କଣ ସବୁ ଚାଲେ? ନିଜ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ ରେ ଏହାର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ ସ୍ୱଚ୍ଛ ?  ବାହାରକୁ ନିର୍ମଳ ଦେଖାଯାଉଥିବା ପ୍ରଶାସନିକ ବ୍ୟବସ୍ଥା ଭିତରେ କେମିତି ଦୁର୍ନୀତିର ଉଇ ଚରିଗଲାଣି ? ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଦୁର୍ନୀତିରେ କେମିତି ଟାକ୍ସଫୋର୍ସ ରିପୋର୍ଟକୁ ଅଣଦେଖା କରାଯାଇଥିଲାଅ ? ଏସବୁର ଗୋଟି ଗୋଟି କରି ପୋଲ୍ ଖୋଲିଛନ୍ତି ତାରା । ତେବେ ତାରାଙ୍କ ପୁସ୍ତକ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment

ବିଡିଏ, ସିଡିଏ, ଜିଏ ଓ ହାଉସିଂ ବୋର୍ଡ ଜମି ଆବଣ୍ଟନ ଦୁର୍ନୀତିର ସିବିଆଇ ତଦନ୍ତ ଭୟରେ ତରବରିଆ ଟାକ୍ସଫୋର୍ସ ଗଠନ କରିଥିଲେ ସରକାର । ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଫାଇଲ ହୋଇଥିଲା ପିଆଇଏଲ୍ । ହାଇକୋର୍ଟ କାଳେ ସବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ତା’ପୂର୍ବରୁ ସରକାର ଛାନିଆ ହୋଇ ଟାକ୍ସଫୋର୍ସ ଗଠନ କରିଥିବା ନିଜ ପୁସ୍ତକରେ ଲେଖିଛନ୍ତି ଟାସ୍କଫୋର୍ସର ସେତେବେଳେ ଅଧ୍ୟକ୍ଷ ଥିବା ତାରା ଦତ୍ତ। ନିର୍ଦ୍ଧାରିତ ସମୟ ପୂର୍ବରୁ ଟାସ୍କଫୋର୍ସ ରିପୋର୍ଟ ଦାଖଲ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ହେଲେ ସେ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ ମଧ୍ୟ ଏହାକୁ ଅନ୍ତରୀଣ ରିପୋର୍ଟ ଭାବେ ଦାଖଲ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା।ଏଥିରେ ସେ ଆଶ୍ଚର୍ଯ୍ୟନ୍ୱିତ ହୋଇଥିବା ଲେଖିଛନ୍ତି ତାରା ।ଏମିତିକି ଅଧିକ ସମୟ ନେଇ ଫାଇନାଲ ରିପୋର୍ଟ ଦେବାକୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଯଦିଓ ତାଙ୍କ ରିପୋର୍ଟ ଚୂଡ଼ାନ୍ତ ଥିଲା ଏହା ସଂପୂର୍ଣ୍ଣ ନୁହେଁ ବୋଲି କିଛି ନିର୍ଦ୍ଧିଷ୍ଟ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ତାରା ଲେଖିଛନ୍ତି । ଟାସ୍କ ଫୋର୍ସ ରିପୋର୍ଟରେ ବିଡିଏ ଓ ସିଡିଏ ସମ୍ପର୍କରେ ଉଲ୍ଲେଖ ଥିବା ତଥ୍ୟ, ସିଏଜି ଅଡିଟ ରିପୋର୍ଟ ସହ ମେଳ ଖାଉନଥିବା ବାହାନା ଦେଖାଯାଇଥିଲା । ତେଣୁ ଏହାକୁ ଫାଇନାଲ ରିପୋର୍ଟ ଭାବେ ଗ୍ରହଣ କରାଯିବ ନାହିଁ ଏବଂ ଏହା ଉପରରେ ଅଧିକ ତର୍ଯମା ଆବଶ୍ୟକ ଥିବା କହି ଫାଇନାଲ ରିପୋର୍ଟକୁ ବିଳମ୍ବ କରିବାକୁ କୁହାଯାଇଥିଲା ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ବର୍ତ୍ତମାନର ଜଣେ ବିଜେଡି ରାଜ୍ୟସଭା ସାଂସଦ ସେତେବଳେ ସିଏଜି ଥିଲେ।

Advertisment

ବହୁ ପ୍ରତିପତ୍ତିଶାଳୀ, ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଇଚ୍ଛାଧୀନ କୋଟା ଓ  ଏକାଧିକ ଗୃହ ନେଇଥିବା ଟାସ୍କଫୋର୍ସ ରିପୋର୍ଟରେ ଦର୍ଶାଯାଇଥିଲା । ଏଥିରେ ସାଂସଦ, ବିଧାୟକ, ମନ୍ତ୍ରୀ, ଆଇଏସ୍, ଆଇପିଏସ୍, ଓଏଏସ୍, ପ୍ରତିଷ୍ଠିତ ଡାକ୍ତର, ସାମ୍ବାଦିକ, ଆଇନଜୀବୀ ଏମିତିକି କିଛି ପୂର୍ବତନ ବିଚାରପତିଙ୍କ ନା ବି ଥିଲା। ଏହି ରିପୋର୍ଟ ପାଇଁ ଅନେକ ବନ୍ଧୁ ଓ ସହଯୋଗୀ ତାଙ୍କଠାରୁ ଦୂରେଇ ଯାଇଥିବା ତାରା ନିଜ ବହିରେ ଉଲ୍ଲେଖ କରିଛନ୍ତି । ୧୯୯୫ ପରଠୁ ୨୦୧୪ ପର୍ଯ୍ୟନ୍ତ ଟାସ୍କଫୋର୍ସ ତଦନ୍ତ ପାଇଁ  ନିର୍ଦ୍ଦେଶ ଥିଲା । କିନ୍ତୁ  ୧୯୯୫ ମସିହା ପୂର୍ବରୁ ଏହାର ତଦନ୍ତ ହୋଇନଥିବାରୁ ଦୁର୍ନୀତିରେ ସଂପୃକ୍ତ ବହୁ ବରିଷ୍ଠ ଅଧିକାରୀ ଖସି ଯାଇଛନ୍ତି ବୋଲି ସେ ଲେଖିଛନ୍ତି।

ସରକାରୀ ବ୍ୟବସ୍ଥାରେ କଣ ଚାଲିଛି ତାରା ଦତ୍ତଙ୍କ ପୁସ୍ତକ ତା’ର ପୋଲ୍ ଖୋଲି ଦେଇଛି । କେବଳ ଟାସ୍କଫୋର୍ସ ନୁହେଁ  ନିଜ କାର୍ଯ୍ୟକାଳ ମଧ୍ୟରେ ଭିନ୍ନ ଭିନ୍ନ ଦାୟିତ୍ୱରେ ରହିଥିବା ବେଳେ ସରକାରଙ୍କ ଦ୍ୱାରା ହୋଇଥିବା ଅନୀତି ସଂପର୍କରେ ସେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

Advertisment
Advertisment