Advertisment

ପୁରୀ ଡାକ୍ତରଖାନାରେ ଝଡ଼ାଫୁଙ୍କା

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନାର ବେଡ୍‌ରୁ ନାବାଳିକାକୁ ତଳକୁ ଆଣି ଗୁଣିଆ ଦ୍ୱାରା ଝଡ଼ାଫୁଙ୍ଖା କରାଯାଇଛି। ଗୁଣିଆ ବେଲପତ୍ର, ମନ୍ଦାରଫୁଲ ଦ୍ୱାରା ଝଡ଼ାଫୁଙ୍ଖା କରିବା ପରେ କାଟପାଣି ଦେଇ ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏହା ହୋଇଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ଚେଷ୍ଟା କରି ନଥିଲେ। ସତ୍ୟବାଦୀର କୈଳାଶ ବେହେରାଙ୍କ ନାବାଳିକା ଝିଅ କିଛି ଦିନ ଧରି ଅଜଣା […]

ପୁରୀ ଡାକ୍ତରଖାନାରେ ଝଡ଼ାଫୁଙ୍କା

puri

Advertisment

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନାର ବେଡ୍‌ରୁ ନାବାଳିକାକୁ ତଳକୁ ଆଣି ଗୁଣିଆ ଦ୍ୱାରା ଝଡ଼ାଫୁଙ୍ଖା କରାଯାଇଛି। ଗୁଣିଆ ବେଲପତ୍ର, ମନ୍ଦାରଫୁଲ ଦ୍ୱାରା ଝଡ଼ାଫୁଙ୍ଖା କରିବା ପରେ କାଟପାଣି ଦେଇ ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏହା ହୋଇଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ଚେଷ୍ଟା କରି ନଥିଲେ।

Advertisment

ସତ୍ୟବାଦୀର କୈଳାଶ ବେହେରାଙ୍କ ନାବାଳିକା ଝିଅ କିଛି ଦିନ ଧରି ଅଜଣା ରୋଗରେ ପୀଡ଼ିତ ହୋଇଥିବା ବେଳେ ତାର ମାନସିକ ଅବସ୍ଥା ଭଲ ନଥିଲା। ତାକୁ ପ୍ରଥମେ ସତ୍ୟବାଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ନସୁଧୁରିବାରୁ ତାକୁ ଗତ ୨୯ ତାରିଖରେ ପୁରୀ ଡାକ୍ତରଖାନାକୁ ଅଣାଯାଇଥିଲା। ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଥିଲେ। ତେବେ ହଠାତ୍‌ ରାଜକିଶୋର ମହାପାତ୍ର ନାମକ ଜଣେ ଗୁଣିଆ ଝିଅକୁ ସ୍ପିରିଟ ଲାଗିଛି ଏବଂ ଗୁଣିଗାରେଡ଼ି ଦ୍ୱାରା ଭଲ ହୋଇଯିବ କହି ଝଡ଼ାଫୁଙ୍ଖା ଆରମ୍ଭ କରିଦେଇଥିଲା। ଏବେ ଝିଅଟିର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ