/odishatv-khabar/media/post_attachments/uploadimage/library/16_9/16_9_0/ifs-1_1624097575.jpg)
ifs
ଭୁବନେଶ୍ୱର: ଜେଲରୁ ବାହାରିଲେ IFS ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଝାରପଡ଼ା ଜେଲରୁ ମୁକୁଳିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ। ଗତ ନଭେମ୍ବର ୨୭ରେ ଭିଜିଲାନ୍ସ ଗିରଫ କରିଥିଲା। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ମୁକୁଳିଲେ। ସେହିପରି ଗତ ୧୨ ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜାମିନରେ ମୁକୁଳିଥିଲେ।
ଶୁକ୍ରବାର ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ। ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୩ରେ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା । ଆକାଶ ପାଠକ ହେଉଛନ୍ତି IFS ଅଭୟକାନ୍ତ ପାଠକଙ୍କ ପୁଅ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)